* ବୃକ୍ଷ ମୋର ବନ୍ଧୁ *
*******************
ଆମର ଜୀବନ ପାଣି ଓ ପବନ
ଅତି ଦରକାରୀ ଆମ ପାଇଁ,
ଏହା ହେଉଛି ପ୍ରାକୃତିକ ସମ୍ପଦ
ଅଭାବେ ବଞ୍ଚି ପରିବା ନାହିଁ l(1)
ପ୍ରାକୃତିକ ସମ୍ପଦ ମଧ୍ୟରେ ସାର
ଗଢ଼ିଛନ୍ତି ବିଧାତା ବୃକ୍ଷକୁ,
ସବୁରି ପାଇଁ ନିଜ ଜୀବନ ଦେଇ
ତିଷ୍ଠି ରଖୁଛି କଳାକାଳକୁ l(2)
ପିନ୍ଧିବାକୁ ଦିଏ ଆମକୁ ସେ କନା
ଓ ଖାଇବାକୁ ଦିଅଇ ଦାନା,
ବାସ କରିବାକୁ ଦିଏ ବାସଗୃହ
ରକ୍ଷା କରଇ ରୋଗରୁ ନନା l(3)
ସେ ଯେଉଁ ମାନଙ୍କୁ ସୁରକ୍ଷା କରୁଛି
ସେମାନେ ତା"ଶତ୍ରୁ ହେଇଛନ୍ତି,
ଅଣ୍ଟି ଛୁରୀ ତଣ୍ଟି କାଟୁଛି ଯେପରି
ସେପରି ମାନବ କାଟୁଛନ୍ତି l(4)
ଆଖିରେ ଯଦି ଆଙ୍ଗୁଠି ପୁରାଇବ
ତେବେ ତୁମ ଆଖିଟି କଣ ହେବ,
ସେପରି ତାକୁ ଧ୍ବଂସ କଲେ ଆମେ
ଅବସ୍ଥା କିଏ ଭୋଗ କରିବ l(5)
ମୃତ୍ତିକା କ୍ଷୟ ଓ ବରଷା ହୀନତା
ସୃଷ୍ଟି ହେଉଛି ତା ଅଭାବରୁ,
ଯେତେ ମରୁଡି ଓ ଦୁର୍ଭିକ୍ଷ ଘଟୁଛି
ଏ ନିର୍ବୋଧ ମନୁଷ୍ୟ ଯୋଗୁଁରୁ (6)
ଚାହିଁଲେ ଆମେ ସୃଷ୍ଟି କରିପରିବା
ଲଗାଇ ଟାଙ୍ଗରା ପଡିଆରେ,
ସମସ୍ତ ଖୁସି ପୁଣି ଫେରି ଆସିବ
ରୋପିବା ଯଦି ଏକ ମନରେ l(7)
ସୁଯୋଗ୍ୟ ପୁତ୍ରକୁ ଜନ୍ମ ଦେବା ଠାରୁ
ବୃକ୍ଷ ଲଗାଇବା ପୁଣ୍ୟ କାର୍ଯ୍ୟ,
ପୁରାଣ କଥାକୁ ମନେ ରଖି ଆମେ
ବଢାଇବା ତାର ସୌନ୍ଦର୍ଯ୍ୟ l(8)
ବୃକ୍ଷମାନେ ଆମର ପ୍ରକୃତ ବନ୍ଧୁ
ଜୀବନ ଠାରୁ ବଡ ଅଟଇ, ଯେତେବେଳେ ଯାହା ମାଗିଲେ
ତାହାଙ୍କୁ,
ଖୁସିରେ ସିଏ ଦାନ କରଇ l(9)
ତୁମ ପରି ବନ୍ଧୁ ଦେଖିନି କେଉଁଠି
ଏ ସମଗ୍ର ପୃଥିବୀ ମଧ୍ୟରେ,
ଧନ୍ୟ ଧନ୍ୟ ତୁମ ନିଃସ୍ୱାର୍ଥ ଓ ତ୍ୟାଗ
ତୁମକୁ ଆଜି ବନ୍ଦନା କରେ l(10)
🌾⛳🌾⛳🌾⛳🌾⛳
କବିଶ୍ରୀ ବୁଲୁ ବେହେରା (ଶିକ୍ଷକ )
କର୍ପୁର ନୂଆଗାଁ, ଆସିକା, ଗଞ୍ଜାମ
ଭ୍ରାମ୍ୟାଭାଷ -9861539620
***********************
No comments:
Post a Comment