ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ଅର୍ଚ୍ଚନା ଦେଓ , ଯାଜପୁର


(ସମ୍ପର୍କ )
************
ସମ୍ପର୍କ ଏକ ବିଶ୍ୱାସର ସେତୁ
ଯାହାକୁ ଭାଙ୍ଗିବା ନୁହେଁ ସମ୍ଭବ
କିନ୍ତୁ ବେଳେବେଳେ ଭାଙ୍ଗିଯାଏ
ଗୋଟିଏ ମଳୟ ପବନ ସ୍ପର୍ଶରେ

ଏହି ସମ୍ପର୍କ ଭାରି ଅମାଣିଆ
ଏକ ଛୋଟ ଶିଶୁ ପରି
ନିଜ ମାଆ ପେଟର
ଭାଇ ଭାଇର ବଇରୀ ହୁଏ
ନିଜ ସ୍ତ୍ରୀ ମୋହ ମାୟାରେ ପଡି

ସଂସାର ରୂପକ ଘୋର
ବିପତ୍ତିରୁ ସମ୍ପର୍କ ହୁଏ ସାହା
ଯେତେ ହୋଉ ପଛେ ବଡ଼ ବିପତ୍ତି
ପାଖେ ପାଖେ ହେଉଥାଏ ଠିଆ

ଗୋଟିଏ ଭଲ ସମ୍ପର୍କ କେବେ
ଭାଙ୍ଗେ ନାହିଁ ଦୁନିଆର
ମିଛ ଆକ୍ଷେପରେ
ବରଂ ନିବିଡ ହୁଏ ଆହୁରି
ସମ୍ପର୍କର ବନ୍ଧନରେ।
------ ସମାପ୍ତ------

   ଅର୍ଚ୍ଚନା ଦେଓ
ଜିଲ୍ଲା-ଯାଜପୁର
ଗ୍ରାମ-ବାରଗଡ଼ିଆ

No comments: