***** ଜନ୍ମଭୂମି *****
ସ୍ନେହମୟୀ କୃପାମଇ ମୋ ଜନମ ଭୁଇଁ
ଭାରତ ତାର ନାମ ଅମୃତ ମୋ ପାଇଁ
ତା କୋଳେ ବଢିଲି , ମୁହିଁ ତା ଛାତିରେ ଚାଲି
ତା ଧୁଳି,ମାଟି ,ପବନ ଅମୃତ ଠୁ ବଳି
ତା ଶୋଭା ବର୍ଣ୍ଣନା କଲେ ନୁହେଁ କେ ସମାନ
ସର୍ବଦା ତା ମାଟି ଧୂଳି ମୋ ପାଇଁ ଚନ୍ଦନ
ପିଲାବେଳେ ଧୂଳି ଖେଳ ସାଙ୍ଗ ସାଥି ମେଳ
ମନେ ପଡ଼ିଗଲେ ଚିତ୍ତ ହୁଅଇ ଚଞ୍ଚଳ ,,
ଯେଉଁ ମାଟି ପାଣି ପବନେ ସୁନା ଫସଲ
ଫଲାଏ ଚାଷି
କୁଲୁ କୁଲୁ ଶବଦ କରି ସଦା ବହିଯାଏ ଗଙ୍ଗା
ଯମୁନା, ଗୋଦାବରୀ ,ସରସ୍ୱତୀ
ଜନମ ମୋର ସେହି ମାଟି ,,
ଯାହାର ଭାଷା ସଂକୃତିର ମହଁକ ଦେଶେ
ବିଦେଶେ ଯାଇଛି ଚହଁଟି
ଜନମ ମୋର ସେହି ମାଟି ,,
ମନ୍ଦିର ,ମସଜିଦ,ଗୁରୁଦୁଆରା ସବୁ ସମାନ
ସର୍ବଧର୍ମ ଗୋଟିଏ ମନୁଷ୍ୟ ଜାତି
ଜନମ ମୋର ସେହି ମାଟି ,,
କାଶ୍ମୀର ଠୁ କନ୍ୟା କୁମାରୀ ଯେଉଁଠି
ପୂଜା ପାଏ ନାରୀ
ଭକ୍ତ ରଥେ ଯେଉଁଠି ଭଗବାନ ସାରଥୀ
ଜନମ ମୋର ସେହି ମାଟି ,,
ହସ ,କାନ୍ଦ ଦୁଖଃ ,ଜଞ୍ଜାଳ ମଧ୍ୟରେ
ଏକଚାଲିସି କଟିଲା ଜାଣି ମୁଁ ନପାରେ
ମମତାମୟୀ ଗୋ ତୋତେ ପାରିବିନି ଭୁଲି
ମୋ ପାଇଁ ସଦା ଅମୃତ ତୋର ପାଦଧୂଳି
ମନ ମୋ କହଇ ତୋତେ ଜାବୁଡି ଧରନ୍ତି
ସବୁଦିନ ପାଁଇ ସୁଖେ ତୋ କୋଳେ ସୁଅନ୍ତି
ଜନମ ମୋର ସେହି ମାଟି ,,
ସବୁ ଅଲି , ଅର୍ଦଲି ସହେ ମାଁ ବଲି
ବାଟ ଚାଲୁଥାଏ ମୁଁ ଫୁଲାଇ ଛାତି
କୋଟି କୋଟି ହୃଦୟ ର ମାଁ , ବାପା ସେ
ସୁଖରେ ଦୁଃଖରେ ସବୁରି ସାଥି
ମୋର ଭାରତ ମାଁ , ମାଟି
ମୋର ଭାରତ ମାଁ , ମାଟି ,,।।
ଆଶୁତୋଷ ଠାକୁର, ମୋବା-୯୯୩୭୯୩୩୧୧୪,
ମଣ୍ଡଲ, ବଲାଙ୍ଗିର,
No comments:
Post a Comment