ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ଆଶୁତୋଷ ଠାକୁର , ବଲାଙ୍ଗୀର

 * ବୃକ୍ଷ ମୋର ବନ୍ଧୁ  *
ବୃକ୍ଷ ଟିଏ ମୁଁ ବୃକ୍ଷ ଟିଏ
କହୁଛି ଆଜି ମୁଁ କଥାଟିଏ
ଅମ୍ଳଜାନ ଦିଏ ମୁଁ ପ୍ରତିଦିନ
ଗ୍ରହଣ କରେ ମୁଁ  ଅଙ୍ଗାରକାମ୍ଳ
ଖରା ବର୍ଷା ହେଉ ବା ଶୀତ ଟାଣ ,,,,
ନିଜେ ବଞ୍ଚି ମୁଁ ଅନ୍ୟଙ୍କୁ ବଞ୍ଚାଏ
କେତେ ପଶୁ ପକ୍ଷୀ ଜୀବଙ୍କୁ ଆଶ୍ରୟ ଦିଏ
ଘରର ସାଜସଯ୍ୟ ମୋ ଦେହରୁ ହୁଏ
କାଗଜ, ଜାଳେଣି ହୋଇ ସେବା ଯୁଗାଏ ,,,,
କେତେ ରକମର ଔଷଧୀୟ ଗୁଣ
ମୋ ଚେର ମୂଳ ଡାଳ ପତ୍ରରେ ମନ
ଶିକାରୀ ,କାଠୁଆ , ସଭିଙ୍କୁ ମୁଁ ଡାକେ
ଶତ୍ରୁ ଭାବିନାହିଁ ମୁଁ କେବେ କାହାକୁ ,,,,
ନାଁମ ପାଇଛି ମୁଁ ପ୍ରକୃତି ବନ୍ଧୁ
ମୋ ପାଇଁ ଅଛନ୍ତି ପ୍ରଭୁ କୃପାସିନ୍ଧୁ
ମୋତେ ପାଳିଲେ ତ ମିଳିବ  ପୁନ୍ୟ
ଖୁସିରେ ହଁସିବ ସଦା ଏ ଧରାଧାମ ,,,,
ବୃକ୍ଷ ମୋର ବନ୍ଧୁ ସଦା ଅଟଇ
ନିଜେଜଳୀ ଅନ୍ୟକୁ ଆଲୋକ ଦେଖାଇ
ଖାଇବା ପିନ୍ଧିବା ସବୁ ଦିଏ ଯୋଗାଇ
ଆସ ମିଲିମିଶି ସଭେ ନେବା ଶପଥ
ବୃକ୍ଷ ଲଗାଇ ବଞ୍ଚାଇବା ସାରା ଜଗତ ,,,,
କେତେ କେତେ ବୃକ୍ଷ ଏ ଧରା ଧାମରେ
ହେଇଛନ୍ତି ମହା ପୁନ୍ୟର ମୁଖସାଖି
ତୁଳସୀ, ବଟ, ପିପଲ, ଅଁଲା, ମାଁ ପରି
ସଦା କରୁଛନ୍ତି ଜଗତ ର ସୁରକ୍ଷା
ତାଙ୍କ ପାଦତଲେ ମୁଁ କରେ ବିନତୀ
ଦିଅ ଆର୍ଶୀବାଦ ସଦା କରୁଥିବି
ତାଙ୍କରି ସେବା ଓ ଭକ୍ତି ,,,,

ଆଶୁତୋଷ ଠାକୁର
ମୋବା-୯୯୩୭୯୩୩୧୧୪
ବଲାଙ୍ଗିର, ମଣ୍ଡଲ,

No comments: