ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ସୁରଥ କୁମାର ରାଉତ , କଟକ

         :: ବୃକ୍ଷ ମୋର ବନ୍ଧୁ ::
ବୃକ୍ଷ ଦିଏ ଫୁଲ ବୃକ୍ଷ ଦିଏ ଫଳ
      ବୃକ୍ଷ ଦେଉଥାଏ ଛାଇ
ଏ ପୂଣ୍ୟ ଜଗତେ ବୃକ୍ଷ ପରି ବନ୍ଧୁ
      ଖୋଜିଲେ ମିଳିବେ ନାହିଁ।
ଜୀବନ ବଞ୍ଚାଏ ଅମ୍ଲଜାନ ଦେଇ
     ଅଙ୍ଗାରକାମ୍ଲକୁ ନେଇ
ବୃକ୍ଷ ଥିଲେ ବର୍ଷା ନିୟମିତ ହୁଏ
     ସବୁଜିମା ଭରିଦେଇ।
ବୃକ୍ଷ ଥିଲେ ଫୁଲ ନିତି ଫୁଟୁଥାଏ
    ଚତୁଃଦିଗ ମହକାଇ
ମହୁମାଛି ଟିଏ ଫୁଲେ ଫୁଲେ ଉଡି
     ମହୁ ସଂଗ୍ରହ କରଇ।
ବୃକ୍ଷର ସର୍ବାଙ୍ଗ ଔଷଧ ରୂପରେ
      ବ୍ୟବହୃତ ହୋଇଥାଏ
ବୃକ୍ଷଟିଏ ପୁଣି ଜାଳେଣୀ ରୂପରେ
    ରନ୍ଧାକାର୍ଯ୍ୟେ ଲାଗିଥାଏ।
ମୃତ୍ତିକା କ୍ଷୟକୁ ଅବରୋଧ କରି
        ସ୍ବଚ୍ଛରଖେ ପରିବେଶ
ସ୍ବଚ୍ଛ ପରିବେଶ ରହିଲେ ଜଗତ
    ରୋଗ ହୋଇଯିବ ନାଶ।
ବୃକ୍ଷ ପରି ବନ୍ଧୁ ନାହିଁ ଏ ଜଗତେ
    ନାହିଁ କେହି ଧରା ଧାମେ
ଭେଦଭାବ ଭୁଲି ଏକତ୍ର ହୋଇ କି
     ବୃକ୍ଷ ଲଗାଇବା ଆମେ।
===============<<===
ସୁରଥ କୁମାର ରାଉତ
ବନ୍ଧୁପୁର,ସମିତଙ୍ଗା,କଟକ

No comments: