:: ବୃକ୍ଷ ମୋର ବନ୍ଧୁ ::
********************
ଜଙ୍ଗଲ ଅଟଇ ଅମୂଲ୍ଯ ଧନ
ଅଟେ ଆମ ଜୀଵନ
ଘର ପାଇଁ କାଠ, ଶ୍ବାସକ୍ରିୟା
ପାଇଁ ଅମ୍ଳଜାନ
ବଞ୍ଚିବା ପାଇଁ କି ଖାଦ୍ୟ ,ଜଳ
ଦିଏ ଆମକୁ ଅହର୍ନିଶି
ସାଥେ ରହି ଆମରି
ମାଆ ପରି ନିଏ ଆପଣେଇ
ଜୀବନସାଥୀ ପରି ସାଥିରେ ରହି
ଵାନ୍ଧେ ଆମ ସହ ମମତାର
ଡୋରି
ଵୃକ୍ଷ ପରିବେଶ କୁ କରିଥାଏ
ସ୍ବଛ
ମୃତ୍ତିକା ସଂରକ୍ଷଣ କରି
ଚାଷିକୂଳକୁ ରକ୍ଷା ସେ କରି
ମୁହେଁ ହସ ଦିଏ ଫୁଟାଇ
ସଵୁଜ ବନାନୀ କ୍ଷେତ ଦେଖିଲେ
ପେଟ ପୁରିଯାଇ
ତପନର ତପ୍ତ କିରଣରେ ତାତି
ଅସହ୍ୟ ହେଲେ
ସୁଶୀତଳ ଛାୟା କରେ ପ୍ରଦାନ
ଧନୀ କି ଅବା ଗରିବ ନାହିଁ ତା
ପାଖେ ଭେଦଭାବ
ପୁଲକିତ ପବନରେ କରେ
ଶୀତଳ
ଜୀଵନର ଆଧାର ଏଇ ଆମ
ଵୃକ୍ଷ
ନିଜଠୁ ସେ ଅତି ନିଜର
ସୁନ୍ଦର ବୁକୁରେ ରହିଛି ସ୍ନେହ ଓ
ତ୍ୟାଗ
ଵର୍ଷା କରି ପୃଥିବୀକୁ ରକ୍ଷା କରେ
ଶସ୍ୟ ଶ୍ୟାମଳା ରେ ପୃଥିବୀ
ହସିଉଠେ
କାଗଜ ସୃଷ୍ଟି ହୁଏ ଯେ ତା
ପାଖରୁ
ପାଠପଢି ପିଲାଏ କରନ୍ତି ଉଚ୍ଚ
ମଥାକୁ
ଚେରମୂଳି ଔଷଧ ହୁଏ ପ୍ରସ୍ତୁତ
ତା ଉପକାରେ ରୋଗୀ ହୁଏ
ଆଶ୍ବସ୍ତ
ପାଖେ ଥିଲେ ଵିତିଯାଏ ଆନନ୍ଦ
ରେ ଦିନ
ଜୀବଜନ୍ତୁ ଙ୍କୁ ଵାସସ୍ଥାନ
ପରମାନନ୍ଦେ ମିଶି ଗାଆନ୍ତି ଗୀତ
ସେମାନେ ଅଛନ୍ତି ଵୋଲି ଅଛେ
ଆମେ ନିର୍ଭୟ
ପରିଵେଶକୁ ସଫା କରି
କରନ୍ତି ଆମକୁ ରୋଗମୁକ୍ତ
ଦେଵତା ସମ ଏଇ ଵୃକ୍ଷ
ଜୀଵ ଚାଲିଯିବା ଯାଏ ସୁଝି
ହେବନି ତା ଋଣ
ପିନ୍ଧିବା ରହିବା ଖାଇବା ସଵୁ
ତାହାରି ଦାନ
ସୃଷ୍ଟିର ଆଵାହାନ କାଳୁ ସେ
କରିଛି ଆଦର
ରୌଦ୍ରତାପେ ଛାୟା କରି
ପ୍ରଦାନ
ଶୀତରେ ଉତ୍ତାପ ଦେଇ କରେ
ନିଜର
ଏ ନିଷ୍ଠୁର ମାନବ ଵୁଝେନି ତା
ମୂଲ୍ୟ
ଗଛ ରହିଲେ ନ ହେବ ଦାନା
କନା ଅଭାଵ
ସେ ଥିଲେ ସାରା ସଂସାର ହସିବ
ପୂଣ୍ୟଜଗତେ ବୃକ୍ଷ ହିଁ ପରମ
ଉଦାର
ଧରିତ୍ରୀ ର ଶୃଙ୍ଗାର
ପ୍ରାଣବାୟୁ ସଭିଙ୍କୁ ଦିଏ
ଵୃକ୍ଷ ପରି ବନ୍ଧୁ ନାହିଁ ଜୀଵନେ
ପତନରୁ ଆମେ ରକ୍ଷା ପାଇବା
ସଚେତନ ହୋଇ ଏକତ୍ର ମିଶି
ଯେବେ ଆମେ ବୃକ୍ଷ ରୋପଣ
କରିବା ।
ତେଜସ୍ଵିନୀ ସାମଲ
ରାଜକନିକା, କେନ୍ଦ୍ରାପଡ଼ା
ଅଧ୍ୟାପିକା
ତୁଳସୀ ମହିଳା ମହାବିଦ୍ୟାଳୟ
No comments:
Post a Comment