ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ପବିତ୍ର ବେହେରା , ସମ୍ବଲପୁର

ॐ ମୋ ଜନ୍ମଭୂମି ॐ

ଏହି ଆମର ଜନ୍ମଭୂମି

     ଜନନୀ ମୟୀ ମାଟି,

ଏହି ଟି ଅଛି ସରଗ ମୋର

     ଏହିଠି ଅଛି ସ୍ମୃତି ଟି।।

ଜନ୍ମଭୂମି କେତେ ଯେ ମହାନ୍

      କଳ୍ପନା ନାହିଁ ତା'ର ଗାଥା ଟି।।

ଏହି ଆମର ଜନ୍ମଭୂମି

       ଜନନୀ ମୟୀ ମାଟି।।

ଅଛି ଏଠି କେତେ ସ୍ନେହ ସରଧା

      ନେବା ଆମେ ସାଉଁଟି,

ତା'ରି ପାଇଁ ଜୀବନ ଦେବା

     ରଖିବା ତା'ର ନାଁ ଟି।।

ରଖିଛି ସିଏ ଆମକୁ ସ୍ନେହ ସରଧା

     ମମତା ପଣତେ ବାନ୍ଧି,

ଆସୁପଛେ ବାଧାବିଘ୍ନ ଯେତେ

       ଛାଡିବାନି ତା'ର ନାଁ ଟି।।

ଜନ୍ମ କାଳୁ ଆଣିଛି ସିଏ

        ଆମକୁ ସାଇତି,

ତା'ରି ଟେକ ରଖିବା ଆମେ

      ରଖିବା ତା'ର ନାଁ ଟି।।

ତାରି କୋଳେ ବଢିଛୁ ଆମେ

     ରଖିବା ତା'ର ନାଁ ଟି,

ଏହି ଆମର ଜନ୍ମଭୂମି

      ଜନନୀ ମୟୀ ମାଟି।।।।

                   🙏 ପବିତ୍ର ବେହେରା🙏
                       ବକ୍ସି ବଜାର
                       ନାକଟିଦେଉଳ
                     ରେଢ଼ାଖୋଲ ସମ୍ବଲପୁର
ଇ-ମେଲ:  pabitrabehera588@gmail.com

No comments: