ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୋଉ - ଦୀପକ କୁମାର ପଣ୍ଡା - ରାୟଗଡ଼ା



            *ବୋଉ *

       ବଉ ଲୋ ବଉ 
କେତେ କଷ୍ଟକୁ ତୁ ସହି ନେଇ ଜାଉ 

   ସୁଖ ଦୁଃଖ ରେ ଥାଉ 
ସାହି ପଡିଶା କୁ ଆଦରି ନେଉ 

ଭୋକିଲା ପେଟକୁ ଆହାର ତୁ ଦେଉ 
    ନିଜେ ଉପବାସ ରହି ଜାଉ 

ସକାଳୁ ଠୁ ସଞ୍ଜ ଦିନ ଯାଉଛି ଧାଉଁ
ଧାଉଁ
ଘରର ଜଞ୍ଜାଳ କୁ ସହି ନେଇ ଜାଉ 

ପିଲାଙ୍କ ମଙ୍ଗଳ କାମନା କରିଥାଉ  
କେତେ ଦେବା ଦେବୀ ଙ୍କ ପାଖରେ ମାନସିକ ରଖିଥାଉ 

ଟିକିଏ ରାଗିଲେ ମେଞ୍ଚାଏ ହସାଇ ଦେଉ 
ତୋ ପରି ବଉ କଉଠୁ ପାଇବି ଆଉ 

 ପଣତ କାନିରେ ବାନ୍ଧି ଦେଇ ଥାଉ    
     ଯଦି କାହାଠୁ କିଛି ପାଇ ଥାଉ
      ଖାଇବାକୁ ଆଣି ଦେଉ 

 ସ୍ନେହ ମମତା ଭରି ଦେଇଥାଉ 
      ମୋ ବଉ ମୋ ବଉ 
 
        ଦୀପକ କୁମାର ପଣ୍ଡା   
        ଗୁଣୁପୁର
         ଜିଲ୍ଲା -ରାୟଗଡା  

No comments: