ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ସାରଦା ପ୍ରସାଦ ଆଚାର୍ଯ୍ୟ ,ଖୋର୍ଦ୍ଧା

 :: ମୋ ଜନ୍ମଭୂମି ::
ମୋ ଜନମ ଭୂମି ମା ର ଭୂମି
ତା ସବୁଜିମା ଭାରି ସୁନ୍ଦରୀ।

ତା ପାଣି ପବନ ଦେହରେ ଵୋଳି,
ମୋ  ପିଲା ଦିନ କଟାଇ ଦେଲି।

ଗାଆଁ ର ପଥ ରହିଛି ସାକ୍ଷି,
ସାଇତି ରଖିଛି କେତେ ଯେ ସ୍ମୃତି।

ତା ଚାଟଶାଳି  ପାଠ ପଢିଲି,
ଜୀବନ ଯାତ୍ରା ଆରମ୍ଭ କଲି।

ମୋ ଜନ୍ମଭୂମି  ର ଅତୁଲ ଦାନ,
ବିଶ୍ଵ ଦରବାରେ ରଖିଛି ମାନ।

ବହୁଧର୍ମ, ବହୁଭାଷି ର ଦେଶଭାରତ,
ଭାରତୀୟ ପାଇଁ ବିଶ୍ବ ଗର୍ଵିତ।

ଜ୍ଞାନି ,ଗୁଣୀ ନେଇ ଦେଶ ସମ୍ବୃଦ୍ଧ,
ତାଙ୍କ ସେବା ପାଇଁ  ଦେଶ ମହାନ୍

ଅହିଂସା ମନ୍ତ୍ର ବିଶ୍ୱ କୁ ଦେଲା,
ବିଦେଶୀ ଶାସନ ରୁ ମୁକ୍ତି ପାଇଲା।

ଜନମ ଭୂମିର ଟେକ ରଖିବି,
ଜନମ ଭୂମି ପାଇଁ ଜୀବନ ଦେବି।

ମନ ପ୍ରାଣ ଦେଇ ଭଲପାଇବି,
ବନ୍ଦେ ମାତରଂ କହି ପୂଜାକରିବି।

ମୋ ଜନ୍ମଭୂମି ପାଇଁ ଜନମ ମୋର,
ଦେଶ ପ୍ରେମି ଭାବେ ହୋଇବି ଧନ୍ଯ।

ସାରଦା ପ୍ରସାଦ ଆଚାର୍ଯ୍ୟ
ଭୁବନେଶ୍ବର -ଖୋର୍ଦ୍ଧା
୯୪୩୭୬୧୧୮୯୧

No comments: