:: ବୃକ୍ଷ ମୋର ବନ୍ଧୁ ::
ଜନ୍ମରୁ ତୁମସାଥେ ମରିବା ଯାଏ
ନିଦ ଭାଙ୍ଗିଗଲେ ଆଖି ଆଗରେ ଥାଏ
ନଶ୍ୱଆସରେ ଥାଏ ତୁମ ଭିତରେ ମୁହିଁ
ଋତୁଚକ୍ର ତୁମେଦେଖ ମୋରି ପାଇଁ
ଖାଦ୍ୟ ଵସ୍ତ୍ର ଵସଗୃହ ହୁଏ ତୁମର
ତଥାପି କରନାକାହିଁ ମତେ ଆଦର
ମତେଜଳାଇ ପାଉଛ କି ସୁଖ
ଦୂଷିତ କରୁଛତୁମେ ତୁମ ପରିଵେଶ
ହାତଗୋଡ଼ ପରି ତୁମ ଶରୀରର ମୁଁ ଅଙ୍ଗ
ଆଖିଥାଉଁ ଥାଉଁ ଆଉ ହୁଅନା ଅନ୍ଧ
ମୁଁ ଥିଲେ ବସନ୍ତ ଆସେ
ଶୁଭେ ପଯୀସୂର
ଧରାହୁଏ କମନୀୟ
କମନୀୟ ହୋଇଉଠେ ରୂପଶିରୀ ମୋର
ମୁଁ ଶିତଳ ପଵନକୁ ଆଣଇ ଡାକି
କ୍କାନ୍ତ ତନୁରେ ଭରିଦିଏ ମୁଁ ଶକ୍ତି
ମୁଁଥିଲେ ଵରଷା ଆସେ ତୁମେପାଅ ଜଳ
ମୋ ପାଇଁ ତିଷ୍ଠନ୍ତିପରା ଜୀବ ସକଳ
ଖଣିକସୁଖ ପାଇଁ ମତେଜଳାଇ
ଚିରଦୁଖ କୁ କିଆଁ ଡାକୁଚ ଭାଇ
ମୁଁପରା ତୁମର ଅତିନିଜର
ମତେରଖ ମୁଁ ରଖିବି ଧରା ସୁନ୍ଦର ।।
ସରିତା ଶତପଥୀ
କଟକ
No comments:
Post a Comment