:: ବୃକ୍ଷ ମୋର ବନ୍ଧୁ::
ବୃକ୍ଷ ଆମର ଅଟଇ ବନ୍ଧୁ
ବୃକ୍ଷ ଲଗାଇବା ଆସ ହେ ବନ୍ଧୁ
ଗୋଟିଏ ବୃକ୍ଷ ଗୋଟିଏ ଜୀବନ
ଏଥିପାଇଁ ଆମେ କରିବା ଶ୍ରମ
ବୃକ୍ଷ ଲଗାଅ ଜୀବନ ବଞ୍ଚାଅ
ମନରେ ନ କର ସଙ୍କୋଚ
ବୃକ୍ଷ ଦେହେ ଭଗବାନ
ସର୍ବେ ହୁଅ ସାବଧାନ
ଗଛ ଲଗାଅ ଖୁସି ମନେ
ସୁସ୍ଥ ରହିବା ସବୁ ଦିନେ
ଦେବ ଅମ୍ଳଜାନ ରଖିବ ଜୀବନ
ସଭିଏଁ ହସିବେ ଧନ ଜୀବନ
ଗଛ ଲଗାଇବା ଧା ଢ଼ି କି ଧାଢ଼ିକି
ଧରତ୍ରୀ ପିନ୍ଧିବ ସବୁଜ ଶାଢୀ
କାଟିବା ନାହିଁ ବୃକ୍ଷ ଗଛ
ସଭିଏଁ ମରିବେ ନୁହେଁ ମିଛ
ବୃକ୍ଷ ବିହୁନେ ବୃଷ୍ଟି ନାଶ
ବୃକ୍ଷ ବିହୁନେ ସୃଷ୍ଟି ନାଶ
ଯେବେ ହେବ ଗଛ ସୁରକ୍ଷିତ
ଆମେ ରହିବା ସୁରକ୍ଷିତ
ଗଛ ଅଟେ ପ୍ରକୃତି ରକ୍ଷକ
ଗଛ କାଟି ନହେବା ଭକ୍ଷକ
ତେବେ ଶ୍ୱାସ ନେଇ ପାରିବା
ଯେବେ ଆମେ ଗଛ ଲଗାଇବା
ଯେଉଁ ଦେଶରେ ବୃକ୍ଷ ନାହିଁ
ସେହି ଦେଶରେ ଖାଦ୍ୟ ନାହିଁ
ଗଛ ଲଗାଅ,ଦେଶ ବଞ୍ଚାଅ
ବୃକ୍ଷ ହିଁ ଜୀବନ,ବୃକ୍ଷ ହିଁ ସମ୍ପଦ
ବୃକ୍ଷ ରୂପଣ ଅତି ଦରକାରୀ
ପରିବେଶ ପାଇଁ ସେ ଉପକାରୀ
ଗଛ ଶୋଷି ନିଏ ବିଷାକ୍ତ ବାୟୁ
ଆମେ ପାଇଥାଉ ଅମୃତ ବାୟୁ
ବୃକ୍ଷ ଆମର ଅଟଇ ବନ୍ଧୁ
ବୃକ୍ଷ ଲଗାଇବା ଆସ ହେ ବନ୍ଧୁ
ଧାରତ୍ରି ହେବ ହରଭରା ପୂର୍ଣ୍ଣ
ବୃକ୍ଷ ଅଟେ ଆମ ସବୁଜ ସ୍ୱର୍ଣ୍ଣ
ବୃକ୍ଷ ବଞ୍ଚାଅ ପୃଥିବୀ ବଞ୍ଚାଅ
ନିଜେ ବଞ୍ଚି ପୁଣି ଅନ୍ୟକୁ ବଞ୍ଚାଅ ।।
@ଡମ୍ବରୁଧର ବେହେରା
ନବୋଦୟ ବିଦ୍ୟାଳୟ
ପାରଳାଖେମୁଣ୍ଡି,ଗଜପତି(ଓଡ଼ିଶା)
ସମ୍ପର୍କ -୯୪୩୭୭୮୮୪୬୪
No comments:
Post a Comment