ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ଦୀପକ କୁମାର ପଣ୍ଡା , ରାୟଗଡ଼ା

 " ବୃକ୍ଷ ମୋର ବନ୍ଧୁ "

      
   ସୁଖ ଦୁଃଖ ରେ ସେ ଆମ ବନ୍ଧୁ
ବୃକ୍ଷ ହିଁ ଜୀବନ ସେ ପରା
ଆମ କୃପା ସିନ୍ଧୁ

ଆସ ଆମେ ଲଗାଇବା ଗଛ
ପରିବେଶକୁ ରଖିବା ସ୍ୱଚ୍ଛ 

ଗଛ ଲଗାଇବା ହୁଏ ଭାରି କଷ୍ଟ
ରାସ୍ତା ତିଆରି ପାଇଁ କେତେ
ଛଟ ବଡ଼ ଗଛ କରିଦିଅନ୍ତି ନଷ୍ଟ

ବାଟୋଇ ପାଇ ତା ଛାଇ  ଆଶ୍ରୟସ୍ଥଳୀ
କାଟିକୁଟି କରି ତାକୁହିଁ ଦିଅନ୍ତି ଜାଳି

ତା ବିନା ନାହିଁ ଜୀବନ
ତାଠୁ ପାଉ ଅମ୍ଳଜାନ

ଦିଏ ସଭିଙ୍କୁ ଭରସା
ନା ନା ଦୀ କୀଟପତଙ୍ଗ
ତା ଉପରେ ବାନ୍ଧନ୍ତି ବସା

ଗୋଟେ ଗଛ ଗୋଟେ ଜୀବନ
ତାଠୁ ପାଉ ଆମେ ବର୍ଷା ଖରା ଶୀତ ପବନ

ଜଗାଇ ଦିଏସେ ଫୁଲ ଫଳ
ତା ବଞ୍ଚିବା  ଅଟେ ଅଳ୍ପ ମାତ୍ର ଜଳ

ତା ବାସ୍ନା ରେ ସଭିଙ୍କୁ କରେ ସେ ଆନ୍ଦାଳିତ
ତାଠୁ ଯାତ ଦ୍ରବ୍ୟ  ବିକ୍ରି କରି ଅର୍ଥ କରନ୍ତି ସଞ୍ଚିତ

ଲଗାଇବନାହିଁ ତା ଡାଳ ପାତ୍ର କୁ ଅବା ଜଙ୍ଗଲରେ ନିଆଁ
ସବୁଜ ବନରେ ସୁନ୍ଦର ଦିସିବ ଏ ଦୁନିଆଁ

ଅଚିନ୍ତା ନିଦରେ ଯାଉ ଆମେ ଶୋଇ
ସେହି ଗଛ ରୁ ଝରକା କବାଟ ଖଟ ସୁନ୍ଦର ବନାନ୍ତି ଆମ ବଢ଼େଇ ଭାଇ

ମାଆ ପରି ଦୁଃଖ କଷ୍ଟ ସହିଯାଏ
ରୋଗୀର ଯନ୍ତ୍ରଣା ଦୂର କରିଦିଏ
କେତେ ଔଷଧ ସେ ଦିଏ
 
କେତେଯେ ସୁରକ୍ଷା ଦିଏ ସେ ଆମକୁ
ତା ସୁରକ୍ଷା ଦାଇତ୍ୱ ଭୁଲିବାନୀ ଜମା ତାକୁ

   ଗଛ ଲଗାଅ ସବୁଦିନ
ରହିଛି ରହିବ ତା ପାଇ ଏ ଜୀବନ

   ଦୀପକ କୁମାର ପଣ୍ଡା
ଜିଲ୍ଲା -ରାୟଗଡା  ଗୁଣୁପୁର

No comments: