:: ବୃକ୍ଷ ମୋର ବନ୍ଧୁ ::
*ନିଜେ କଷ୍ଟ ସହି ମାନବ ଜାତିର ଉପକାର କରେ।
ସେଥିପାଇଁ ବୃକ୍ଷ କୁ ବଂଧୁ କୁହାଯାଏ।।
ଗ୍ରୀଷ୍ମକାଳେ କ୍ଳାନ୍ତବାଟୋଇ ବୃକ୍ଷ ର ଶୀତଳ ଛାୟା ରେ ଆଶ୍ରୟ ନିଏ।
ଆମ୍ବ, ସପୁରୀ,ସପେଟା, କଦଳୀ, ପଣସ ଆଦି ଫଳ ଗଛ ଆମକୁ ଫଳ ଯୋଗାଏ।।
ଅଂଗାରକାମ୍ଳ ଗ୍ରହଣ କରି ସେ ଅମ୍ଳଜାନ ଦିଏ।
ସେ ପରା ସଦା ଜୀବଜଗତ ହିତ ରେ ଥାଏ।।
ନୃଶଂସମୂର୍ଖ ମାନବ ଜାତି କିଛି ବୁଝୁନାହିଁ।
ଜଂଗଲ କ୍ଷୟ କରି କଳକାରଖାନା ଆଉ ଅଟ୍ଟାଳିକାମାନ ତିଆରି କରୁଛି।।
ସରକାର ଲୋକମାନଙ୍କୁ ସତର୍କ କରାଉଛନ୍ତି।
ଜୁଲାଇ ପ୍ରଥମ ସପ୍ତାହକୁ ବନୋମହୋତ୍ସବ ବୋଲି ପାଳନକରନ୍ତି।।
ବିଦ୍ୟାଳୟ ମହାବିଦ୍ୟାଳୟ ସବୁ ଆଡ଼େ ବନମହୋତ୍ସବ ପାଳନ କରାଯାଉଛି।
ଗଛ ନ କାଟ ବୋଲି ସବୁଆଡେ ସରକାର ଙ୍କ ଦ୍ଵାରା ପ୍ରଚାର ହେଉଛି।।
ଚାଲ ଆମେ ସମସ୍ତେ ଶପଥ ଗ୍ରହଣ କରିବା
ନିଜ ଜନ୍ମଦିନ ରେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା।।*
ରାଜଲକ୍ଷ୍ମୀ ସ୍ୱାଇଁ
ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ,
ସାଲେପୁର ,କଟକ
No comments:
Post a Comment