ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ଶରତ କୁମାର ମିଶ୍ର , ଖୋର୍ଦ୍ଧା

 :: ବୃକ୍ଷ ମୋର ବନ୍ଧୁ ::
----------------------------------------------
ବୃକ୍ଷ  ହିଁ ଜୀଵନ        ଶୁଣ ସାଧୁଜନ
            ଦିନେ ଦିଏ ଅମ୍ଳଜାନ 
ତା ହ।ଜୋଗୁ ସିନା       ଧରିତ୍ରୀ ସୁନ୍ଦର
             ଛାୟା କରେ ସେ ପ୍ରଦାନ(0)
ଦିଏ ଖାଦ୍ୟ,ଶସ୍ୟ      ଫଳ ଯେ  ଅବଶ୍ୟ
             ଫୁଲେ ଭରା ଧରା ଧାମ 
ଦିଶେ ମନୋରମ       ଏ ସାରା  ପୃଥିବୀ
             କେହି ନୁହେଁ  ବୃକ୍ଷ୍ୟସମ(1)
ଗଛ ଯୋଗୁଁ  ସିନା       ଷଡଋତୁ ଭୋଗ
             ତାର କାର୍ଯ୍ୟ ବଡ଼ ଭିନ୍ନ
ସବୁଜ ବନାନି       ସୃଷ୍ଟି ତାହା  ଯୋଗୁଁ 
             ବୃକ୍ଷ୍ୟ ହିଁ ଅ।ମ ଜୀଵନ (2)
ତାହାର ପ୍ରଶ୍ଵ। ସ       ଆମର ନିଶ୍ବାସ 
          ମନେ ରଖ ସଧୁଜନ
ଲଗାଇବା ଗଛ       ପରିବେଶ ସ୍ଵଛ
          ବୃକ୍ଷ୍ୟ ମୋର ବନ୍ଧୁ ଜାଣ  (3)
**************************
ଶରତ କୁମାର ମିଶ୍ର 
ଭୁତପୂର୍ବ  ସୈନିକ
ବେଗୁନିଆ 
ଖୋର୍ଦ୍ଧା
*************************

No comments: