ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ଅଙ୍କିତା ଶୁକ୍ଳ , କଟକ

' ବୃକ୍ଷ ମୋର ବନ୍ଧୁ '
**************
ବୃକ୍ଷ ମୋର ବନ୍ଧୁ 
ତା ଲାଗି ବରଷା ବିନ୍ଦୁ।
ଔଷଧ ,ସମିଧ, ଫୁଲ ,ଫଳ, କାଷ୍ଠ 
ପାଉଛେ ଆମେ ତାହାଠୁ।
ଶ୍ୱା ସ କ୍ରି ୟା ପାଇଁ ଅମ୍ଳଜାନ
ଯୋଗାଇ ବଞ୍ଚାଏ ଆମ ଜୀବନ।
ବୃକ୍ଷରାଜି ପାଇଁ ସୃଷ୍ଟ ଜଙ୍ଗଲ
ଲୋକହିତ ସାଜି କରେ ମଙ୍ଗଳ।
ତା ଠାରୁ ପାଉଛେ ବିଶୁଦ୍ଧ ବାଷ୍ପ
ବୃକ୍ଷ କଟିଦେଇ ଅର୍ଜୁଛେ ପାପ।
ସବୁ ସଜୀବ ର ଜୀବନ ଇଏ
ତାର ଉପକାର ସୁଝିବ କିଏ ?
ସେ କରେ ବିଶୁଦ୍ଧ ଏ ପରିବେଶ
ବୃକ୍ଷ ନରହିଲେ ଆମ ବିନାଶ।
ବୃକ୍ଷ ପାଇଁ ପରା ଆମ ପରାଣ
କାଟିବା ନି ତାକୁ ପକାଅ ରାଣ।
ଶିଶୁ ଟିଏ  ଜନ୍ମ ସାଙ୍ଗରେ ସମ
ବୃକ୍ଷ ଟେ ଲଗାଇ ରଖିବା ନାମ।
ବନମହୋତ୍ସ ବ ସପ୍ତାହ ପାଳି
ଗଛ ଲଗାଇବା ଧଡ଼ିକି ଧାଡ଼ି।
ପଡ଼ିବ ପ୍ରଭାବ  ପର ପିଢ଼ି ରେ
ଆମ ଠାରୁ ଶିଖି ଯିବେ ମାଡିରେ।
ଆମ ଠାରୁ ଶିଖି ଯିବେ ମାଡ଼ିରେ।
   

ନାମ - ଅଙ୍କିତା ଶୁକ୍ଳ 
 ସା/ପୋ - ଇଚ୍ଛାପୁର 
ଭୟା - ବଡମ୍ବା
ଜିଲ୍ଲା - କଟକ।

No comments: