:: ବୃକ୍ଷ ମୋର ବନ୍ଧୁ ::
ନିଃସ୍ୱାର୍ଥ ଭାବେ ଜନମ ଠାରୁ ମରଣ ଯାଏଁ
ସେବା ଦେଇ ଚାଲେ ମଣିଷ କୁ
ଏନ୍ତୁଡି ନିଆଁ ର ଉପସ୍ଥିତ ଠାରୁ,
ବଞ୍ଚିବାର ରାହା ଅମ୍ଳଜାନ,
ମୁଣ୍ଡ ଗୁଞ୍ଜିବାକୁ ବାସଗୃହ ଆଉ
ପେଟ କୁ ଯୋଗାଏ ଦାନା ।
ଜୀବନର ସାଥେ ଥାଏ ଅହରହ
ଠାକୁରଙ୍କ ଆଶିଷ ଭଳି
ବିଦ୍ୟମାନ ହୋଇଥାଏ ଆମରି ଭିତରେ
ନିଃଶ୍ବାସ ପ୍ରଶ୍ବାସ ହୋଇ ।
ଭବିଷ୍ଯତ ଗଢେ କାଗଜ କଲମ ଦେଇ
ଲଜ୍ଜା ଢାଙ୍କିବାକୁ ଦିଏ ସେ ପୋଷାକ
ଝାଞ୍ଜି ଉତ୍ତାପ ରେ ଦିଅଇ ଶୀତଳ ଛାୟା,
ମଣିଷ ଟା ଆଜି ସ୍ୱାର୍ଥପର ସାଜି
କାଟି ଚାଲେ ତା'ର କାୟା ।
ବୃକ୍ଷ ପରି ବନ୍ଧୁ ମିଳିବେ କାହିଁରେ
ବନ୍ଧୁ ସେ ଅମୂଲ ମୁଲ
ବନ୍ଧୁତ୍ବ ଭାବନା ମଣିଷ ବୁଝେନା
ବୃକ୍ଷ କାଟି ହୁଏ ଗେଲ ।
କେବେ ବୁଝିବା ଆମେ ପ୍ରକୃତ ବନ୍ଧୁ କୁ ଗଡି ଯାଇଛି ରେ ବେଳ,
ସ୍ୱାର୍ଥପର ଭାବ ମନରୁ ଉଜାଡି
ବୃକ୍ଷ ସହିତ ବନ୍ଧୁତା ଗଢି ଚାଲ
ବନ୍ଧୁତା ଗଢି ଚାଲ ।।
------------------
ଭବାନୀ ରାଜୁ
ଜିଲ୍ଲା -ରାୟଗଡା ।
ବୃକ୍ଷ ମୋର ବନ୍ଧୁ - ଭବାନୀ ରାଜୁ , ରାୟଗଡ଼ା

Reviewed by ସାହିତ୍ୟ ଜୀବନ
Published:
Rating : 4.5
Published:
Rating : 4.5
No comments:
Post a Comment