ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ସ୍ମୃତି ରଞ୍ଜନ ସେନାପତି , କଟକ

:: ବୃକ୍ଷ ମୋର ବନ୍ଧୁ ::

ବୃକ୍ଷ ଆମ ବନ୍ଧୁ ବୃକ୍ଷ ଆମ ଜୀବନ,
ଅଟଇ ସେ ପ୍ରକୃତିର ଅମୂଲ୍ୟ ଦାନ।
ତା ବିନା ଅସମ୍ଭବ ଏ ହୃଦୟ ସ୍ପନ୍ଦନ,
ଯୋଗାଇଥାଏ ସେ ଆମକୁ ଅମ୍ଳଜାନ।

ତା ରଙ୍ଗବେରଙ୍ଗ ଫୁଲ ବାସନାରେ,
ମହମହ ବାସିଉଠେ ସାରା ଚଉଦିଗ।
ମିଠା ଖଟା ତାର ଫଳ ସୁଆଦରେ,
ସଭିଙ୍କର ଥାଏ କେତେ ଯେ ସରାଗ।

ଶାଖା ମେଲେଇ ଦିଏ ସଭିଙ୍କୁ ଆଶରା,
ଖରା ହଉକି ବରଷା ଅବା ଝଡ ବତାସ।
ସୁଖ ଦୁଃଖ ସବୁରେ ସେ ଏକା ସାହାରା,
କେତେ ଯେ ନୀରିହ ପକ୍ଷୀଙ୍କର ସାହସ।

ବିଷ ପିଇ ନିଜେ ଯୋଗାଏ ସେ ଅମୃତ,
ଦୂରେଇ ଦିଏ ସମାଜରୁ ସବୁ ପ୍ରଦୂଷଣ।
ଦିନ ହଉ କି ରାତି କରୁଥାଏ କସରତ
କେହି ବୁଝେନାହିଁ ତାର ଜୀବନ କଷଣ।

ତା ବିନା ଅସମ୍ଭବ ପୃଥିବୀର ଜଳଚକ୍ର,
ଅଦିନରେ ହୁଏ ଜଳବାୟୁ ପରିବର୍ତ୍ତନ।
ବଦଳିଯାଏ ଆମ ପୃଥିବୀର  ଋତୁଚକ୍ର
ବିଗିଡି ଯାଏ ପ୍ରକୃତିର ସବୁ ସନ୍ତୁଳନ।

ରହିଛି ସେ ସଦା ଆସୁପଛେ  ବିପଦ
ସମାଜ କଲ୍ୟାଣେ ତା ଜୀବନ ଉତ୍ସର୍ଗ।
ବୃକ୍ଷ ଯେ ଆମର ଏକ ଅମୂଲ୍ୟ ସମ୍ପଦ,
ସଭିଙ୍କର ସେ ଭାଇ ବନ୍ଧୁ ଜ୍ଞାତି କୁଟୁମ୍ବ।

ହେଲେ କି ବୁଝୁଛି ସାମଜ ତାର ମୂଲ
ଅହରହ କାଟି ନେଉଛି ତା ଜୀବନ।
ତା ବିନା ଏ ସଂସାର ହେବ କଲବଲ,
ବେଶୀ ଦୂର ନୁହେଁ ଆଉ ସେ କାଳଦିନ।

ବେଳ ଥାଉଁ ଥାଉଁ ସଭିଏଁ ହୁଅ ସଚେତନ,
ଜଣ ଜଣ କରି ନିତି କର ବୃକ୍ଷ ରୋପଣ
ସୁରକ୍ଷିତ ରହିବ ଆମ ଏ ଦୁର୍ଲଭ ଜୀବନ,
ସଭିଏଁ କର ଜୀବନରେ ଆଜି ଏହି ପଣ।

ନାମ- ସ୍ମୃତି ରଞ୍ଜନ ସେନାପତି
ଠିକଣା- ସାଲେପୁର,କଟକ

No comments: