:: ବୃକ୍ଷ ମୋର ବନ୍ଧୁ ::
ଗଛଯେ ଏକ ଅମୁଲ୍ୟ ରତ୍ନ
ଜାଣି ନାହଁ କି ଭାଇ
ଜାଣିଛ ଯଦି ମୁରୁଖ ପରି
କାଟୁଛ ତାକୁ କାହିଁ
ଗଛ କାଟିକି ନିଜ ମରଣ
ଡାକୁଛ ହାତ ଠାରି
ସରିଲେ ଗଛ ମହା ବିପଦୁ
କରିବ କିଏ ପାରି
ଗଛ ନେଉଛି ଅଙ୍ଗାରକାମ୍ଳ
ଦେଉଛି ଅମ୍ଳଜାନ
ତାହାରି ପାଇଁ ତିଷ୍ଠି ରହିଛି
ପ୍ରାଣୀ ଜଗତ ମାନ... ll
ବିଚିତ୍ରାନନ୍ଦ ଜେନା
ଭଦ୍ରକ
9438466017






No comments:
Post a Comment