:: ବୃକ୍ଷ ମୋର ବନ୍ଧୁ ::
*******************'
ବୃକ୍ଷ ଯେ ଅଟଇ ଆମରି ଧନ
ତା' ପାଇଁ ଅଛି ତ ଆମ ଜୀବନ
ଦେବାଟା ଖାଲି ଯେ ତା'ରି ଧର୍ମ
ସେବା ପଥେ ଏକା ତା'ରି କର୍ମ......!
ଖାଦ୍ୟ ଯେ ଆମକୁ ଦେଉଛି କେତେ
ଭୋକର ବିନାଶକାରୀ ସେ ସତେ
ଅମ୍ଳଜାନ ଦେଇ ଏଇ ଜଗତେ
ବଞ୍ଚାଇ ରଖିଛି ଜୀବଙ୍କୁ କେତେ......!
ବର୍ଷା ଶୀତ ଯେତେ ସବୁ ସେ ସହେ
ଖରାବେଳେ ଛାଇ ଆମକୁ ଦିଏ
ପଶୁପକ୍ଷୀ ସବୁ କୋଳେଇ ନିଏ
ଅନ୍ୟ ଖୁସିରେ ସେ ଆନନ୍ଦ ପାଏ.......!
ନାମ - ବିଶ୍ବନାଥ ଭୁଏ
ଗ୍ରାମ/ପୋ - କେଶାଇପାଲି
ଥାନା - ଭଟଲି, ଜିଲ୍ଲା - ବରଗଡ଼
ମୋ-୯୬୬୮୮୭୮୫୮୮
No comments:
Post a Comment