ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ରବିନ୍ଦ୍ର କୁମାର ସାହୁ , ପୁରୀ

" ବୃକ୍ଷ ମୋର ବନ୍ଧୁ "

ବୃକ୍ଷ ମୋର ବନ୍ଧୁ
        ଏ ଜଗତ କୃପାସିନ୍ଧୁ
ବୃକ୍ଷ ହିଁ ଜଗତ ପ୍ରାଣ
      ବୃକ୍ଷ ହିଁ ହିଁ ଜୀବନ
             ବୃକ୍ଷ ହିଁ ଯୋୖବନ
ବୃକ୍ଷ ବିନା ଜଗତ ସୃଷ୍ଟି
               ନ ହୁଏଟି ଜାଣ।
ସକଳ ସୃଷ୍ଟିର ତୁମ୍ଭେ ପରା ସ୍ରଷ୍ଟା
  ତୁମ୍ଭେ ଲୟ ବିଲୟର
                     ଅଟ ଉପଦେଷ୍ଟା।
ତୁମ୍ଭ ବିନା ହୁଏ ନାହିଁ
                  ସୃଷ୍ଟିର କଳ୍ପନା
କଳ୍ପତରୁ ନାମେ ତୁମେ
                  ଜଗତରେ ଜଣା।
ମନବାଞ୍ଛା ପୂର୍ଣ୍ଣକର ବୋଲି ସଭିଙ୍କର
କଳ୍ପତରୁ ଆଖ୍ୟା ହୋଇଛି ତୁମ୍ଭର।
ଜଳବାୟୁ ଋତୁଚକ୍ର ସବୁର କାରଣ
ବୃକ୍ଷ ବନ୍ଧୁ ତୁମ୍ଭ ବିନା ଜୀବ
                     ପାଏ କି ଜୀବନ ?
ଔଷଧ, ଫଳ,ପୁଷ୍ପ ଓ ଶସ୍ୟ
ଏ ସବୁର ଦାନ ପରା
                       ତୁମ୍ଭରି ଅବଶ୍ୟ।
ପରିବେଶ ପ୍ରଦୂଷଣ ମୁକ୍ତ କରିଥାଅ
ଅଙ୍ଗାରକାମ୍ଳ ଶୋଷି ଅମ୍ଳଜାନ ଦିଅ।
ଯେତେ ପ୍ରକାରର ଅଛି
                 ବିଷାକ୍ତ ବାୟୁ
ପରିବେଶୁ ତୁମ୍ଭ ବଳେ
                   ଆମ୍ଭେ ମୁକ୍ତ ହେଉ।
ମିଥେନ୍, ଅଙ୍ଗାରକାମ୍ଳ ଅବା ଗନ୍ଧକ
ତୁମ୍ଭରି କୃପାରୁ ଏ ସବୁ
                         ହୁଏ ତୁମ୍ଭ ପାକ।
ବରଷା, ବତାସ,ବନ୍ୟା,
                     ଝଡ଼ ଓ ତୋଫାନ
ଏ ସବୁର ସ୍ରଷ୍ଟା ପୁଣି
                   ଅଟ ଯେ କାରଣ।
ଭୂତଳ ଜଳକୁ ତୁମ୍ଭେ
              କର ଯେ ଧାରଣ
ତୁମ୍ଭ ବିହୁନେ ଏହାର
                  କମେ ପରିମାଣ।
ଧୂଳି, ଧୂଆଁରୁ ସୃଷ୍ଟି
                ଯେତେ ପ୍ରଦୂଷଣ
ତୁମ୍ଭେ ମୁକ୍ତିଦାତା ଅଟ
               ଜାଣନ୍ତି ମାନବ ଗଣ।
ପରିବେଶ ବନ୍ଧୁ ତୁମେ
                    ଜଗତର ବନ୍ଧୁ
ପ୍ରକୃତିର ବନ୍ଧୁ ତୁମେ
               ଜୀବ ମାନବର ବନ୍ଧୁ।
ଜାଳେଣି, ଆସବାବପତ୍ର
                   ସବୁତ ଯୋଗାଅ
ବୃକ୍ଷ ବଞ୍ଚିଲେ ଜଗତ ବଞ୍ଚିବ
                   ଏ କଥା ବି କୁହ।
ମା ପରି ପାଳ ତୁମ୍ଭେ
         ବାପା ପରି ଦିଅ ଉପଦେଶ
ଜଗତ ବଞ୍ଚିଛି ତୁମ୍ଭ ପାଇଁ
  ଜାଣୁ ଏ ଜଗତ ଓ ବିଶ୍ଵ ପରିବେଶ।
ଖାଦ୍ୟ,ପାନୀୟ, ପରିମଳର କରତା
    ଦେଉଅଛ ଦୁନିଆକୁ
                    ଏହି ସବୁ ବାରତା
ତୁମ୍ଭେ ଅଟ ଜଗତର
   ପିତାମାତା, ଗୁରୁ, ଦଇବ ବିଧାତା।
ଜୀବ ଜଗତର ବନ୍ଧୁ ତୁମ୍ଭେ
                   ପ୍ରକୃତିର ବନ୍ଧୁ
ସେଥିପାଇଁ ତୁମ ନାମ
                  ଅଟେ କୃପାସିନ୍ଧୁ।
ତୁମ୍ଭେ ଅଟ ସଖା ସହୋଦର
               ଏ ଜୀବ ଜଗତର
ହ୍ରାସ କରିଥାଅ ଛିଦ୍ର
                ଓଜୋନ୍ ସ୍ତରର
ଅନ୍ଶୁଘାତୁ ଏ ଜୀବଙ୍କୁ
            ତୁମ୍ଭେ ରକ୍ଷା କର।
ମୃତ୍ତିକା ସଂରକ୍ଷଣର
                   ଅଟ ଯେ କାରଣ
ମୃତ୍ତିକାର ଉର୍ବରତା
                     ବଢାଅଟି ପୁଣ।
ଚଉଦିଗେ ଯାହା ଦେଖେ
                     ନୟନ ଯୁଗଳ
ସବୁରି ସ୍ରଷ୍ଟା ତୁମେ
                  ହେ ବନ୍ଧୁ ମୋର।
ଯେତେ କଳକାରଖାନା
                 କାର୍ଯ୍ୟାଳୟ ନାନା
ତୁମ୍ଭ ବିନା ସେମାନଙ୍କ
                  ନ ହୁଏ କଳ୍ପନା।
ତୁମ୍ଭେ ଅଟ ପିତା ମାତା
                     ପରିଜନ ବନ୍ଧୁ
ତୁମ୍ଭେ ବୃକ୍ଷ ମୋରବନ୍ଧୁ
             ଏ ଜଗତ କୃପାସିନ୍ଧୁ।
ତୁମ୍ଭେ ଦୀନବନ୍ଧୁ
               ତୁମ୍ଭେ ମାନବ ବନ୍ଧୁ
ତୁମ୍ଭେ ଜଗତ ବନ୍ଧୁ
         ତୁମ୍ଭେ ବୃକ୍ଷ ମୋର ବନ୍ଧୁ
                ଏ ଜଗତ କୃପାସିନ୍ଧୁ।
ଶିକ୍ଷା ପାଏ  ତୁମ୍ଭଠାରୁ
            ଏ ଜୀବ ଓ ମାନବ
        ତ୍ୟାଗ ଓ ଧୈର୍ଯ୍ୟର ଅଟ
                 ତୁମ୍ଭେ ମହାନୁଭବ।
ଦାନ କରିକରି ସବୁ
             ପାଲଟିଛ କରୁଣାର ସିନ୍ଧୁ
ଦେବ ରୂପେ ପୂଜା ପାଅ
                  ହେ କରୁଣା ସିନ୍ଧୁ
ତୁମ୍ଭେ ଅଟ ପରା
       ବୃକ୍ଷ ମୋର ବନ୍ଧୁ
             ଏ ଜଗତ କୃପାସିନ୍ଧୁ।

ରବିନ୍ଦ୍ର କୁମାର ସାହୁ
ସା / ପୋ - ବିନାୟକପୁର
ଥାନା - ପିପିଲି
ଜିଲ୍ଲା - ପୁରୀ
୯୪୩୭୩୦୪୬୮୭

No comments: