ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ପୀତାମ୍ବର ମାଝୀ , ନୁଆପଡା

   :: ବୃକ୍ଷ ମୋର ବନ୍ଧୁ ::
_________________________
ମାଆ ଦେଲା ସିନା ଆମକୁ ଜନମ
          ବୃକ୍ଷ ଦେଇଥାଏ ଜୀବନ l
ଏ ଦୁଇଟି ଯଦି ନ ଥିବ ସଂସାରେ
          ଅସମ୍ଭବ ଇଏ ଜୀବନ l
ରେ ମଣିଷ ତୁହି ନିଜ ସ୍ୱାର୍ଥ ପାଇଁ
          ଜଙ୍ଗଲ କରୁଛୁ ପଦା l
ବିକାଶ ନାଁରେ ନଷ୍ଟ କରୁଛୁ ତୁ
       ଦିନେ ହେବୁ ସଂସାରୁ ବିଦା l
ଅଙ୍ଗାରକାମ୍ଳ ପରି ବିଷକୁ ସେ ପିଇ
             ଅମ୍ଳଜାନ ଦେଇଥାଏ l
ସିଏ ପରା ଆମ ଉପକାରୀ ବନ୍ଧୁ
         ତା ପରି କିଏ ସେ ନୁହେଁ l
ଖରା, ବରଷାକୁ ଡରେ ନାହିଁ ସିଏ
             ଛତା ପରି ଦିଏ ଛାଇଁ l
କାଗଜ ପାଇଁ ସେ ସହିଦ ହୁଏ
            ବହିଟିଏ ହେବାପାଇଁ l
ମୃତ୍ତିକା ସଂରକ୍ଷଣ ହୋଇଥାଏ
           ଝରେ ଆକାଶରୁ ବିନ୍ଦୁ l
ସିଏ ତ ଦରଦୀ ସଖାଟିଏ ଆମ
         ବୃକ୍ଷ ହିଁ ତୋ ମୋର ବନ୍ଧୁ l

ନାମ - ପୀତାମ୍ବର ମାଝୀ
ଗ୍ରାମ - ଭରୁଆମୁଣ୍ଡା
ଜିଲ୍ଲା - ନୂଆପଡ଼ା
ପିନ - 766106
ମୋ - 7205553673

No comments: