ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ସୁଦଣ୍ଡ ପ୍ରସାଦ ନନ୍ଦ , ବଲାଙ୍ଗୀର

:: ବୃକ୍ଷ ମୋର ବନ୍ଧୁ ::
 
*****************************
ମୁଁ ମଣିଷ କିନ୍ଚିତ ମାତ୍ର
ବିନ୍ଧାଣି ହାତେ ଏକ ପାତ୍ର l
ଧରା ଧାମେ ମୁଁ ଜନ୍ମ ନେଇ
ସବୁଠୁ ଶ୍ରେଷ୍ଠ ବିବେଚଇ l
ସମସ୍ତ ଜୀବ ଓ ନିର୍ଜୀବ
ଭାବ ଅଭାବର ବାନ୍ଧବ l
କାହାକୁ ମୁଁ ନ୍ୟୁନ ମଣିବି
ନା ମହାନ କହିପାରିବି l
ମୋ ପାଇଁ ସମସ୍ତେ ସମାନ
ହେଲେ ବୃକ୍ଷ ସାମାନ୍ୟ ଭିନ୍ନ l
ସୃଷ୍ଟିର ସରଞ୍ଚନା ଠାରୁ
ସେ ଆବହମାନ କାଳରୁ l
ପ୍ରାକ-ସଭ୍ୟରୁ ଏ ପର୍ଯ୍ୟନ୍ତ
ମୋ ସହିତ ଅଛି ସେମନ୍ତ l
ମନେ ପଡେ ବିଗତ କଥା
ସମ୍ମାନେ ନଇଁ ଯାଏ ମଥା l
ତା କରୋଡ଼ରେ ମତେ ଦିନେ
ସରାଗେ ରଖିଥିଲା ବନେ l
ଖୁଆଉ ଥିଲା ଫଳ ମୂଳ
ପିନ୍ଧାଉ ଥିଲା ତା ବଲ୍କଲ l
ସେ ଜାଣିଥିଲା ଲଜ୍ଜା କଣ
କରୁଥିଲା ତ ନିବାରଣ l
ଖରା ବର୍ଷା ଶୀତ ଦାଉରୁ
କରୁଥିଲା ରକ୍ଷା ପଶୁରୁ l
ଯେବେ ଉଦିତ ହେଲା ଜ୍ଞାନ
ଜାଣିଲି ମୋ ପାଇଁ ଜୀବନ l
କୌଶଳ ବଳେ ଯେ ଗଢିଲି
ତାକୁ ମୁଁ ବ୍ୟବହାର କଲି l
କୋଠା ବାଡ଼ି ଘର ଦୁଆର
ଅନେକ ନିତି ଜୀବନର l
ଶାଖା ପ୍ରଶାଖା ଓ ପତର
ଏବେବି ଲାଗଇ ନିଜର l
ପାର୍ବଣଠୁ ଆରମ୍ଭ କରି
ତା ପାଇଁ କେହି ନୁହଁ ସରି l
ଦେଇଥାଏ ବିନା ସ୍ୱାର୍ଥରେ
ମାଗେନି ମୂଲ ବଦଳରେ l
ଦିଏ ଉତ୍ତମ ଅମ୍ଲଜାନ
କେବେବି ନ କରି ବାରଣ l
ନିଜେ ବିଷ ପାନ କରିଛି
ଅଙ୍ଗାରକାମ୍ଲ ଯେ ନେଇଛି l
ପ୍ରକୃତରେ ବୃକ୍ଷ ମୋ ବନ୍ଧୁ
ମୋ ଜୀବନର କୃପାସିନ୍ଧୁ l
**********************

ସୁଦଣ୍ଡ ପ୍ରସାଦ ନନ୍ଦ 
କେଉଁଟିପାଲି, ଯୋଗିସର୍ଡା 
ଲୋଇସିଂହା, ବଲାଙ୍ଗୀର 
767020, ଓଡିଶା

No comments: