ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ଅଜିତ କୁମାର ତ୍ରିପାଠୀ , ଗଞ୍ଜାମ

 * ବୃକ୍ଷ ମୋର ବନ୍ଧୁ *

ବୃକ୍ଷଟିଏ ସେ ଯେ ବୃକ୍ଷଟିଏ,
ମର୍ତ୍ତ୍ୟ ମଣ୍ଡଳର ମିତ୍ରଟିଏ ।
ସୁନ୍ଦର ସୃଷ୍ଟିର ଚିତ୍ରଟିଏ,
ସଭିଙ୍କର ସଖା ବନ୍ଧୁଟିଏ ॥୧॥

ସବୁଜିମା ଭରା ସଂସାରରେ,
ଶୋଭାର ଭଣ୍ଡାର ସଘନରେ ।
ଶାନ୍ତି ଶୀତଳ ସବୁଜିମାରେ,
ସାରା ଜଗତର ସେବାକରେ ॥୨॥

ଶ୍ରାବଣ ମାସର ଜଳଧାରେ,
ସୃଷ୍ଟି ସର୍ଜନାର ସଂଭାରରେ ।
ଶସ୍ୟ ଶ୍ୟାମଳର ସୁନ୍ଦରରେ,
ସୁଖ ଭରିଦିଏ ସଂସାରରେ ॥୩॥

ଅମ୍ଳଜାନ ବାୟୁ ପ୍ରଦାନରେ,
ଅଙ୍ଗାର କାମ୍ଳକୁ ନେଇପାରେ ।
ସନ୍ତୁଳିତ ପରିବେଷ କରେ,
ବାୟୁମଣ୍ଡଳର ବେଶ ଭରେ ॥୪॥

ବାସର ଉପକରଣ ଯେତେ,
ଆସବାବ ପତ୍ର କେତେମତେ ।
ଜାଳେଣୀ ଜିନିଷ ନାନା ମତେ,
ମାନବ ଜୀବନ ପାଳେ ସତେ ॥୫॥

ଫଳ, ମୂଳ, ଫୁଲ, ଝୁଣା, ଲାଖ,
ଜଡି ବୁଟି ଔଷଧ ଅନେକ ।
ଜୀବଜନ୍ତୁ ପକ୍ଷୀ ପଶୁ ଯେତେକ,
ପରମ ଆନନ୍ଦେ ପାଇ ସୁଖ ॥୬॥

ସବୁଠାରୁ ଶତ୍ରୁ ତା’ର ମାଫିଆ,
କାଠ ବ୍ୟବସାୟୀ କାଠୁରିଆ ।
ଶିଳ୍ପାୟନ ଶିଳ୍ପ ଜନସଂଖ୍ୟା,
ଜନବସତି ଗୃହ ସମସ୍ୟା ॥୭॥

ଲଗାଇବା ଚାଲ ଗଛଟିଏ,
ମୃତ୍ତିକା ସଂରକ୍ଷଣ କରିଥାଏ ।
ଭୁସ୍ଖଳନ ସେ ଯେ ରୋକିଥାଏ,
କୃଷକ ଭାଇଙ୍କର କଷ୍ଟନିଏ ॥୮॥

କାର୍ତ୍ତିକ, ମଗୁଶୁର, ପୁଷରେ,
ଭୋଦୁଅ ଖରାରେ ଦୁଃଖହରେ ।
ମାଘ ମାସ ପ୍ରବେଶିଲେ ଘରେ,
ଶରଦ ଋତୁରେ ପୂଜା କରେ ॥୯॥

ପୃଥିବୀର ସ୍ଥିତି ରଖିଥାଏ,
ପରମ ବନ୍ଧୁର ପ୍ରୀୟଟିଏ ।
ପରିବେଶକୁ ସୁରକ୍ଷା ଦିଏ,
ରୌଦ୍ର ଗ୍ରୀଷ୍ମତାପ ରୋକିଥାଏ ॥୧୦॥
***************************

ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)

ଗ୍ରାମ/ପୋଷ୍ଟ- କୁଲାଡ଼, ଭଞ୍ଜଭୂମି,
ଭଞ୍ଜନଗର,ଗଞ୍ଜାମ - ୭୬୧୧୩୧
ଭ୍ରାମ୍ୟଭାଷ - ୯୪୩୮୧୮୯୯୪୮
***********************

No comments: