:: ବୃକ୍ଷ ମୋର ବନ୍ଧୁ ::
ସ୍ରଷ୍ଟାଙ୍କ ସୃଷ୍ଟିରେ
ଏ ସାରା ସଂସାର
ଅଟେ ରୂପ ଯାର
ଅନନ୍ତ ଅପାର ।
ପଶୁ , ପକ୍ଷୀ, କୀଟ
ବୃକ୍ଷ ପରିଜନ୍ତେ
ଯେଉଁଠି ରଖିଲ
ଯାହାକୁ ଯେମନ୍ତେ ।
ତୁମ ସୃଷ୍ଟି ରକ୍ଷା
କରିବା ନିମନ୍ତେ
ମଣିଷ ସ୍ରୁଜିଲ
ଏହି ସଂସାରେ
ସେହି ସୃଷ୍ଟି ଆଜି
ହନ୍ତକ ସାଜିଛି
ପ୍ରକୃତିକୁ ନଷ୍ଟ କରିବାରେ ।
ନିର୍ଦ୍ଦୟ ହୋଇ ସେ
ବୃକ୍ଷ କାଟୁ ଥାଏ
ନିଜ ସ୍ବାର୍ଥ ସିଦ୍ଧି ଲାଗି
ମୁଢ କି ବୁଝୁଛି
ଏହି ପଥେ ଗଲେ
ବିନାଶର ହେବ ଭାଗି ।
ଜଙ୍ଗଲ କରି ନଷ୍ଟ
ଗଢି କଳ କାରଖାନା
ମଣିଷ ହୋଇଛି ତୃପ୍ତ
ବୃକ୍ଷ ବିନା ଏଠି
ଏ ବିଶ୍ୱ ଦେଖିଛି
କେତେ ପଶୁ ପକ୍ଷୀଙ୍କର ଲୁପ୍ତ ।
ବୃକ୍ଷ ଅଟେ ଆମ
ସଭିଙ୍କ ଜୀବନ
ବୃକ୍ଷ ବିନା ନାହିଁ ଗତି
ଏକ ଏକ କରି
ଗଛ ଲଗାଇଲେ
ସୁନା ହେବ ଜନ୍ମ ମାଟି ।
ବୃକ୍ଷ ଠାରେ ଥାଏ
ମମତାର ସିନ୍ଧୁ
ବୃକ୍ଷ ମୋର ଅଟେ
ପରମ ବନ୍ଧୁ ।
ନିଃସ୍ୱାର୍ଥ ପରେ ସେ
ସେବା କରୁଥାଏ
କାକର , ଖରା , ବରଷା ସହି
ଆମେ ଯଦି ତା'ର
ଯତନ ନ ନେବା
ଆଉ ସଂସାର ରହିବ ନାହିଁ ।
ଫୁଲ ଫଳ ଦେଇ
ଆହାର ଯୋଗାଇ
ଗଢଇ ଆମ ଜୀବନ
ଆଶ ଏକତ୍ରିତ ହୋଇ
ସଭିଏଁ ରଖିବା
ଆମ ବୃକ୍ଷ ବନ୍ଧୁର ମାନ ।
ଆସ ଆଜି ଆମେ
ଶପଥ କରିବା
ବୃକ୍ଷ ଗୋଟି ଲଗାଇବା
ଆମରି ପ୍ରୟାସେ ଏ
ଘୋର ସଂକଟେ
ନୂତନ ବନ ସୃଷ୍ଟି କରାଇବା ।
ସବୁଜ ସୁଷମା ଫୁଟି ଉଠୁ ଏହି
ଆମ ଜନ୍ମ ମାଟି ବୁକେ
ଆସ ଆଜି ଆମେ ସଂକଳ୍ପ କରିବା
ସଭିଏଁ ହୋଇବା ଏକେ ।
*****🌴🌴******
✍️ ମନସ୍ଵିନୀ ମିଶ୍ର
ରାଜକନିକା , କେନ୍ଦ୍ରାପଡ଼ା
No comments:
Post a Comment