ମାତୃଶକ୍ତି
........................................
ଏତେ ନିର୍ଦୟ ତୁ କଣ ପାଇଁ ହେଲୁ ମା
ତୋ ଝିଅକୁ ଛାଡି ଚାଲିଗଲୁ ଯେ
ତୋ ଝିଅ କେତେ କଷ୍ଟରେ ଅଛି
ଏ ଦୁନିଆ ମତେ ଅନାଥ କହୁଛି
କଳଙ୍କିନୀ ସାଜିବାକୁ ପଡୁଛି
ତୋ ସ୍ନେହ ପ୍ରେମ ଟିକେ ପାଇଳିନି
ମା ଶବ୍ଦ ବି ଡାକି ପାରିଳିନି
ମ ଶବ୍ଦ ଡାକିବାକୁ ମୋ
ମନ ପ୍ରାଣ ଥରି ଉଠେ
ହେଳେ ମୁଁ ଯୋଗ୍ୟ ନୁହେଁ
ମା ଡାକିବାରେ
ତୁ ଗଲାପରେ ଅଭାଗିନୀ
ହେବାକୁ ପଡେ
କେତେ ଅନ୍ୟାୟ ଅତ୍ୟାଚାର ସହୁଛି
ଖାଇବାକୁ ଦି'ମୁଠା ଠିକ ସେ ମିଲୁନି
ପିନ୍ଧିବା ପାଇଁ ଛିଣ୍ଡା କନାଟେ ମିଳୁନି
ଆଖିରୁ ଧାର ଧାର ଲୁହ ଗଡିଯାଏ
ମନର କୋହକୁ ଚାପି ରଖିଛି
କାହା ଆଗରେ କହିପାରୁନି
କାହା ଆଗରେ ଟିକେ ମୋ ଦୁଃଖ
ପ୍ରକାଶ କରିଲେ ହୃଦୟ ହାଳୁକା
ଲାଗନ୍ତା ବୋଳି ଭାବେ,ହେଳେ କହିପାରେନା ।।
କାହାକୁ କିଛି ନ କହି
ଏ ଓଠ ନୀରବ ରହିଯାଏ
ଆଉ ଏ ଓଠ ବି କହିବାକୁ ଦିଏନି
ଏ ନିଶବ୍ଦ ଓଠ ମୋର
ତୁନି ହୋଇ ରହେ
ଏ ସମାଜ ଏ ଦୁନିଆ କଣ
ମୁଁ ଜାଣିନି, ତଥାପି
ତୁମେ ମତେ ଏକା କରିଦେଲ
ଆଉ ଛାଡି ଚାଲିଗଲ।।
ଆଜିବି ତୁମ ପାଇଁ
ଏ ଆଖି ଦୁଇଟା
ଲୁହ ଗଢାଏ
ରାତି ପାହିଗଲେ
ବିଛଣାରେ ଶୟନ କଲେ
ଏ ମନରେ କେତେ ଯେ
ପ୍ରଶ୍ନ ଅଙ୍କୁରିତ ହୁଏ
ସେତେବେଳେ
ତୁମ କଥା ମନେ ପଡିଯାଏ।।
ଏ ଆଖି ଆଉ
ଚୁପ୍ ରହେନି
ଅଶ୍ରୁ ସବୁ ବହି ତକିଆରେ
ଥପ୍ ଥପ୍ ପଡି ଓଦା ହୋଇଯାଏ
ମୋ ଆତ୍ମାକୁ ଆଘାତ ଦିଏ
ଖଣ୍ଡେ ଚାଦର ଘୋଡେଇ ହୋଇ
ଚୁପ୍ ଚାପ୍ କାନ୍ଦି ପକାଏ।।
ବୋଧୁଏ,
ଖୁସି ମୋ ଭାଗ୍ୟରେ ନାହିଁ
ଦୁଃଖ ଯାତନାରେ ଭରିଛି
ଛାତିର ଯନ୍ତ୍ରଣାକୁ ଚାପି ରଖି
ଲୁହକୁ ମୁଁ ନିଜର କଲି
ଆଜି ମୁଁ ନୀରିହ ମଣିଷଟେ ସାଜିଛି
ତୁ ଛାଡି ଚାଲିଗଲା ପରେ
କ'ଣ ଟିକେ ବି ଭାବିଲୁନି ମା
କେମିତି ରହିବ
କିଏ ତାର ଯତ୍ନ ନେବ ବୋଳି
ତାକୁ ତୁ ଛାଡି ଚାଲିଗଲୁ
କ'ଣ ପାଇଁ ମା କ'ଣ ପାଇଁ ।।
ଝରଣା ଧରୁଆ
ଖୁଣ୍ଟିଆ, କୋକସରା
କଳାହାଣ୍ଡି
No comments:
Post a Comment