*ସମ୍ପର୍କ*
*******
ଫୁଟି ଉଠେ ଯେବେ
ଗଙ୍ଗଶିଉଳି ଟେ
ନିଷିଦ୍ଧ ନିଶିର ଇଲାକାରେ
ରାତି ସାଥେ ତା'ର
ସମ୍ପର୍କ ର ଗାଥା
ଲେଖୁଥାଏ ବସି ନିରନ୍ତରେ।।
ସୃଷ୍ଟି ର ଆରମ୍ଭୁ
ମାଟି ମାଆ ଆମ
ନିର୍ବିକାର ହୋଇ ପଡିଛି
ଆକାଶ ଛାତିରେ
ସମ୍ପର୍କ ର ଧାଡି
ନୀରବରେ ନିତି ପଢୁଛି।।
ଜହ୍ନରେ କଳଙ୍କ
କଳଙ୍କରେ ପ୍ରେମ
ପ୍ରେମରେ ସେ ତୃପ୍ତି ପାଇଛି
ବିଚରା କଇଁଟା
ସମ୍ପର୍କ ଲୋଭରେ
ନିତି ତାକୁ ଝୁରି ମରୁଛି।।
କମଳ ଛାତିରେ
ତପନର ତପ
ଶୀତଳତା ସ୍ପର୍ଶ ଦିଏ
ପତ୍ରେ ଢଳ ଢଳ
ସମ୍ପର୍କର ଜଳେ
ପ୍ରତିବିମ୍ବ ଦେଖି ହୁଏ।।
କୁହନା ସେକଥା
ବିରଙ୍କର ଗାଥା
ମାଟି ମାଆ ସବୁ ଦେଖିଛି
ଦେଶ ପ୍ରେମୀଙ୍କର
ସମ୍ପର୍କରେ ଦେଶ
ବିକାଶ ର ଭାଷା କହୁଛି।।
ମାତୃ ଗର୍ଭେ ଭୃଣ
ଲାଳନ ପାଳନ
ମାଆ ପାଏ ଆତ୍ମତୃପ୍ତି
ଜନ୍ମିତ ଶିଶୁର
ସମ୍ପର୍କ ଅନେକ
ପାଇଯାଏ ସିଏ(ମା) ପ୍ରାପ୍ତି।।
ପ୍ରେମିକାର ପ୍ରେମ
ଭାରି ଅଭିମାନି
ଶାଶ୍ୱତ ପ୍ରେମର ଚାହାଣି
ପ୍ରେମିକ ଛାତିର
ସମ୍ପର୍କ କଲମେ
ଲେଖା ହୁଏ ନୂଆ କାହାଣୀ।।
ଜଗତର ପ୍ରେମ
ଶ୍ରୀହରିଙ୍କୁ ଜଣା
ସେ ଯେ ଆଦି ପୁଣି ଅନ୍ତ
ଭକତ ଭାବର
ସମ୍ପର୍କରେ ବନ୍ଧା
ତାଙ୍କ ହୃଦୟର ପ୍ରାନ୍ତ।।
*************************
ଅଜୟ କୁମାର ଜେନା
ବଦରମ୍ପାସ,କେନ୍ଦୁଝର
6372260479
No comments:
Post a Comment