ମା
*****
ଜୀବନ ମୋହର ଦୁଃଖର ମନ୍ଦିର
ସେହି ମନ୍ଦିରରେ ଦେବୀ ମା' ମୋର ।
ମା'ର ପୃଜାଯେ ନିତ୍ୟକର୍ମ ମୋର
ଜୀବନ ଯାଉ ମୋ' ତାହାରି ସେବାରେ ।।
ଦୁଃଖିନୀ ମା'ର ଜୀବନ ସାଗର
କରିପାରିବିନି ତାକୁ ଛାର ଖାର ।
ରହିଥିବା ଯାଏ ଜୀବନ ମୋହର
ସୁରକ୍ଷା ଦେବି ମୁଁ ଶପଥ ମୋହର ।।
ନିଜର ଅନ୍ତର ଲୁହକୁ ସେ ଚାପି
ମୋ' ଜୀବନେ ଭରି ଦେଉଥାଏ ଖୁସି ।
ନିନ୍ଦା ଅପମାନ ଗାଳି ଖାଇ ଖାଇ
ଅନ୍ୟ ଠାରେ ନିଜେ ହେଉଥାଏ ଦୋଷୀ ।।
ସପନ ଦେଖେ ସେ ଆସିବ ସମୟ
ମୋ' ଦୁଃଖ ବୋହିବ ମୋହର ସନ୍ତାନ ।
ଦୁଃଖ ବଦଳରେ ଆଣିଦେବ ସିଏ
ମୁଠାଏ ମୁଠାଏ ସୁଖର ସମାନ ।।
ପାଗଳି ମା'ର ପାଗଳମିଟାକୁ
ଭାବୁଥାଏ ମୁହିଁ ସତ କରିବାକୁ ।
ଜାଣି ନାହିଁ ସତ ହେବ କି ନାହିଁ
ପାଗଳି ମା'କୁ ବୁଝାଇବା ପାଇଁ ।।
ପାଗଳ ସତ୍ୟ
ସତ୍ୟବାନ ନାୟକ
କୋଡଗମ୍ଭୀର,ଚଣ୍ଡିଗାଁ,ଚରମ୍ପା,ଭଦ୍ରକ
ମୋ = ୮୫୯୯୮୮୫୮୫୭
ଇମେଲ = satyabannayak1995@gmail
No comments:
Post a Comment