* " ବୋଉ ସେନେହର ମୂଲ " *
ନାମରୁ ଯାହାର ଅମ୍ରୁତ ଝରଈ ବଚନରୁ ଝରେ ମହୁ
ସନ୍ତାନ ପାଈଁକି ମମତା ମୂରତି ସିଏ ପରା ଆମ ବୋଉ ।୧
ବାରମାସେ ତେରଓଷା ଯେ ବରତ
କରେ ଦୁଃଖ କଷ୍ଟସହି
ନିଜର ସୁଖକୁ ପଛକୁ ପକାଏ ସବୁ ତା' ପିଲାଙ୍କ ପାଈଁ ।୨
ଯେ'ଦିନୁ ସନ୍ତାନ ଧରିଲା ଗରଭେ ସେ'ଦିନୁ ଛାଡି ତା' ସୁଖ
ସନ୍ତାନର ସୁଖ ସୁବିଧା ନିମନ୍ତେ ବରିନେଲା ସବୁ ଦୁଃଖ ।୩
ଦୁଃଖ କଷ୍ଟସହି ଗର୍ଭେ ତା'ର ବୋହି ସନ୍ତାନେ ଦିଏ ଜନମ
ଜନ୍ମପରେ ପୁଣି ସନ୍ତାନ ପାଳନେ ସଚେତନ ରାତ୍ରଦିନ ।୪
କେବେ ତା'ର ଧନ ଠୁକେଈ ଚାଲିବ କହିବ ଖନେଈ କଥା
ରଙ୍କୁଣି ଆଖିରେ ଚାହିଁ ରହିଥାଏ ହ୍ରୁଦେ ଭରି ପୁଲକତା ।୫
ସନ୍ତାନର ସେହି ପ୍ରଥମ ଶିକ୍ଷିକା ଶିଖାଏ ପ୍ରଥମ ଡାକ
ହାତଧରି ବାଟଚଲା ଶିଖାଏ ସେ ସଜାଡେ ବେଶ ପୋଷାକ ।୬
ପିଲା ଯେବେପଡେ ରୋଗ ବଈରାଗେ ଚଡକ ପଡେ ତା' ମୁଣ୍ତେ
ଦିନରାତି ଜଗି ସେବା ସେ କରଈ ଦାନା ନପଶେ ତା' ତୁଣ୍ତେ ।୭
ବିଦ୍ୟା ଅରଜନେ ଗଲେ ତା' ସନ୍ତାନେ ବିଦ୍ୟାଳୟେ ଗୁରୁଗ୍ରୁହେ
ବଡ ଆତୁରରେ ଚାତକୀ ପରାୟେ ଚାହିଁଥାଏ ଦ୍ବାରମୁଁହେ ।୮
ବଡହୋଈ ଯେବେ ଜୀବିକା ନିର୍ବାହେ ପୁଅ ଯାଏ ଘରଛାଡି
ଦିନରାତି ତା'କୁ ଝୁରୁଥାଏ ବୋଉ ପଡିଥାଏ ମୁଁହମାଡି ।୯
ପାଚିଯାଉ ବାଳ ନଈଁଯାଉ ଅଣ୍ଟା ବୋଉ ଆଖିରେ ତା' ପୁଅ
ବାଳୁତ ପିଲାଟା କିଛି ଜାଣେନାହିଁ ତା' ପାଈଁ ଝରାଏ ଲୁହ ।୧୦
ପୁଅ ହେଉପଛେ ବାଙ୍ଗରା ଟାଙ୍ଗରା ଛୋଟା କେମ୍ପା କୁଜା ଅନ୍ଧ
ବୋଉର ଆଖିରେ ସୁନାପୁଅ ତାର କୁଆଁର ପୂନେଈଁଚାନ୍ଦ ।୧୧
ତୁଛା ଭାତଥାଳି ବାଢିଦେଈ ବୋଉ ପୁଅପାଖେ ଗଲେବସି
ପୁଅର ସେଥିରେ ପେଟ ପୂରିଯାଏ ଅମ୍ରୁତ ପଡଈ ଖସି ।୧୨
ଦୁଃଖ ଦରିଆରୁ ସୁଖର ମୁକୁତା ସାଉଁଟି ପାରଈ ବୋଉ
ସନ୍ତାନ ପାଈଁକି ବୋଉ ଠାକୁରାଣୀ ସହିପାରେ ଯେତେ ଦାଉ ।୧୩
କହ ଦୁନିଆରେ କିଏ ବୋଉଭଳି କିଏବା ତା'ଠାରୁ ଭଲ
ତା' ପାଦରେ ମଥା ରଖିବା ସର୍ବଦା
ସେହି ତା' ସେନେହ ମୂଲ ॥୧୪
ତପନ କୁମାର ପରିଡା
ସା‐ ନାବଡା , ପୋ:ଅ‐ ଖଣ୍ତହତା , ଭାୟା‐ କଣାସ , ଜିଲ୍ଲା‐ ପୁରୀ, ପିନ୍ ୭୫୨୦୧୭.
ମୋବାଈଲ୍ ‐ ୮୧୧୮୦୬୬୭୩୯
No comments:
Post a Comment