ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରଜ - ସୁମନ୍ତ ବେହେରା , ଗଞ୍ଜାମ


❤️❤️❤️ରଜ❤️❤️❤️
💕💕💕@SB💕💕💕

ଓଡିଶା ର ପୁଣି ଓଡ଼ିଆ ମାନଙ୍କ,
    ଅତି ପ୍ରିୟ ପର୍ବ ରଜ ।
ପ୍ରେମ,ମୈତ୍ରୀ ଭାବ ନେଇଆସିଅଛି,
    ହୋଇଣ ସେ ସଜବାଜ ।।
ଓଡ଼ିଆ ଙ୍କ ଘରେ ପିଠାପଣା ଆଜି,
     କୁମାରୀ ମାନଙ୍କ ମେଳି ।
ଅଭିଆଡି ଝିଅ ମାନେ ଖେଳୁଥାନ୍ତି,
    ପୁଚି ସଙ୍ଗେ ରଜ ଦୋଳି ।।
ଚକୁଳି,ଆରିସା,କାକରା ସାଙ୍ଗରେ,
     ପୋଡ ପିଠା ଖଣ୍ଡେ ଖାଇ ।
ରଜ ପରବ ରେ ମଉଜ କରନ୍ତି,
     ସଭିଏଁ ଆନନ୍ଦ ହୋଇ ।।
ରଜ ପାନ ସତେ ଭାରି ସୁଆଦିଆ,
    ପ୍ରେମ ର ବାରତା ଦିଏ ।
ସେଇ ପାନ ଖାଇ ମଉଜ କରନ୍ତି,
    ବୁଢା ଠାରୁ ବୁଢ଼ୀ ଯାଏଁ ।।
ଆମ୍ବ,ବରଗଛ ରଜ ଦୋଳି ପାଖେ,
    ତରୁଣ ଙ୍କ ତାସ ଖେଳ ।
ଲୁଡୁ ପାଲି ସଙ୍ଗେ ବାଗୁଡି ଖେଳନ୍ତି,
    ପିଲାଏ ହୋଇଣ ମେଳ ।।
ରଜ ତିନିଦିନ କଟା ବଟା କାର୍ଯ୍ୟ,
     କୁମାରୀ କରନ୍ତି ନାହିଁ ।
ବସୁମତୀ ମାତା ବିଶ୍ରାମ ନିଅନ୍ତି,
    ରଜସ୍ୱଳା ନିଜେ ହୋଇ ।।
କୃଷି କାର୍ଯ୍ୟ ବନ୍ଦ କରିଣ କୃଷକ,
       ବସୁମତୀ ପୂଜା ପାଇଁ ।
ରଜ ପରବ ପାଳନ କରନ୍ତି,
    ଆନନ୍ଦ ଉଲ୍ଲାସ ହୋଇ ।।
ଆଷାଢ଼ ପହିଲି ବରଷା ସାଙ୍ଗରେ,
     ମାଟିର ମିଳନ ଘଟି ।
ନୂତନ ଶସ୍ୟ କୁ ଜନ୍ମ ଦେବାପାଇଁ,
     ପ୍ରସ୍ତୁତ ହୁଅଇ ମାଟି ।।
ରଜ ସରୁ ସରୁ କ୍ଷେତ କୁ ପ୍ରସ୍ତୁତ,
     କରିଣ କୃଷକ ଭାଇ ।
ବୀଜ କୁ ରୋପଣ କରିଦିଏ ସିଏ,
     ନୂତନ ଫସଲ ପାଇଁ ।।

🙏🙏🙏ଧନ୍ୟବାଦ🙏🙏🙏

   ✍️ସୁମନ୍ତ ବେହେରା✍️

    🏠ହତାପୁର,ଗଞ୍ଜାମ🏠

No comments: