ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରଜପର୍ବ - ଲୋପାମୁଦ୍ରା ନାୟକ , ଯାଜପୁର


            ॥ ରଜପର୍ବ

ଜୈାଷ୍ଠର ଶେଷେ ପହିଲି ଆଷାଢେ
ପଡେ ଏ ପର୍ବ ରଜ
ଅଧା ଛାଇ ଅଧା ଖରା
ନୀଳ ଆକାଶେ କଳା ବାଦଳ ଆଉ ମେଘଖଣ୍ତ ମାଳମାଳ,
ଝିପିଝିପି ବର୍ଷାର ଟୋପା
ମାଟିକୁ କରେ ଓଦା
ନିଆରା ନିଆରା ବାସେ ଏ ମାଟି
ବସମତୀ ହୁଏ ରଜସ୍ବାଳା ।

୫ଦିନ ଧରି ଲାଗିରହେ ଏ ପର୍ବ
ଓଡିଶାର ଗଳିକନ୍ଦିରେ ଲୋକେ ହୁଅନ୍ତି ଚଳଚଞ୍ଚଳ ।

ପ୍ରଥମ ଦିନ ସଜବାଜେ
ପ୍ରତିଟି କୁଆଁରୀ ପାଦେ ଅଳତାର ଗାର,ହଳଦି'କୁଙ୍କୁମ ଆଉ ହାତେ ମେହେନ୍ଦୀର ସମ୍ଭାର
ପରଦିନ ପହିଲି ରଜ
ଗାଁରୁ ସହରେ ଝୁଲେ ଦୋଳି ମାଳମାଳ
ରଜଦୋଳି,କୁମାରୀଙ୍କ ମେଳି, ପୋଡପିଠା, ଖିଲିପାନ ଆଉ  କୁମାରୀଙ୍କ ମୁଖେ ଖିଲିଖିଲି ହସ।
ତାସ'ଲୁଡୁ,କବାଡି, ଡୁ.ଡୁ ର ଡାକେ
ସମ୍ପର୍କ ଯେ ହୁଅଇ ସତେ ମିଧୁର ଏତେ।
୩ୟ ଦିନ ରଜ ସଂକ୍ରାନ୍ତି ବା ମିଥୁନସଂକ୍ରାନ୍ତି
୪ୟ ଦିନ ଭୂମିଦାହ ଆଉ ୫ମ ଦିନ ବାସୁମତି ସ୍ନାନେ
ମହାଲକ୍ଷ୍ମୀଙ୍କର ହୁଅଇ ଆଗମନ।

ପ୍ରତିଟି ଓଡିଆ,ପ୍ରତି ଚାଷୀକୂଳ
ହଳ ଲଙ୍ଗଳ ଧରି କରେ ମୁଠି ଅନୁକୂଳ
ସୁନାର ଫସଲ ଉପୁଜାଇବାର ଆଶା
ପ୍ରତିଟି ଓଡିଆଙ୍କ ମୁଖରେ ଭରେ
ସୁନେଲି ହସର କେତେଯେ ପସରା ।
ଓଡିଆ ମାଟି,ଓଡିଆ ଭାଷା
ଏ ଯେ ଓଡିଆ ସଂସ୍କୃତି ଆଉ ପରମ୍ପରା ।
ଗଣପର୍ବ,ମାଟିପର୍ବ ପ୍ରତି ଓଡିଆଙ୍କ ଏ ଯେ ଜାତୀୟ ପର୍ବ 
ପ୍ରତିବର୍ଷ ଏ ପର୍ବ ପାଳିତ ହେଉଥାଉ ଆମରି
ପିଢି ପରେ ପିଢି ଏ ପର୍ବର ସରାଗ ଥାଉ ଏପରି ॥

       ନାମ  -    ଲୋପାମୁଦ୍ରା ନାୟକ

            କଳିଙ୍ଗନଗର,ଯାଜପୁର

No comments: