ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଶାଳୀ ଲୋ ରଜରେ ନ ହେବୁ ତୁ ବେଶୀ ଗେଲ" - ଶ୍ରୀ.ଡମ୍ବରୁଧର ବେହେରା , ଗଜପତି

   "  ଶାଳୀ ଲୋ ରଜରେ ନ ହେବୁ
                  ତୁ ବେଶୀ ଗେଲ"

                                ତା - ୧୪/୦୬/୨୦୨୦


ବନସ୍ତେ ଡାକିଲା ଗଜ
ବରଷ କୁ ଥରେ ଆସିଛି ରଜ
ଶାଳୀ ହେଉ ଅଛି ସଜ
ତାଳସଜ ପରି ଲାଗୁଛି ଆଜ
ଭିଣୋଇକୁ ଦେଖି କରୁଛି ଲାଜ ।।
 ଗାଁ ଭୁଆସୁଣୀ ଏକାଠି ହୋଇ
ଗଛରେ ବାନ୍ଧିଛେ ଦୋଳି
ଗୋଡ଼କୁ ଲମ୍ବାଇ ହେଉଛେ ଦୋଳି
ଦୁଇ ହାତ ମାରି ତାଳି
ଗାଁ ଟୋକାମାନେ ମାରେ ହୋଇସିଲ
ଆଖିରେ ଫାଙ୍କା ମାରୁଛେ ଗୋଳି ।।
ବନସ୍ତେ ଡାକିଲା ଗଜ
ବରଷକୁ ଥରେ ଆସିଛି ରଜ
ବିନା ବନ୍ଧୁକରେ  ଫୁ ଟୁଛି ଗୋଳି
ଦେଉଛେ ତୁଣ୍ଡରେ ହୁଳହୁଳି
କଞ୍ଚା ଭେଣ୍ଡା ଦଳ ଦେଖି
ତଳେ ଗଡ଼ି ଯାଏ ହୋଇ ଖିଲି ଖିଲି  ।।
ଶାଳୀ  ମୋ  ଖୋସାରେ ବାନ୍ଧିଛି ଫୁଲ
ତାକୁ ଦେଖି ହୁଏ କଲବଲ
ଦେଖିଛି ତୋ ପରି ପୁଚିକି ଗାଲି ଲୋ
ଭାଙ୍ଗି ଦେବୁ ଅାମେ ତୋର ଗେଲ ।।
ବନସ୍ତେ ଡାକିଲା ଗଜ
ବରଷକୁ ଥରେ ଆସିଛି ରଜ
ଅାମେ ପୁଅ ପିଲା ଭ୍ରମର ଜାତି
ଛାଣି ନେଇ ଯିବୁ ରସିଆ ତେଲ
ଆମ ସଙ୍ଗେ ବେଶୀ ନ ହେବୁ ଗେଲ
ବେଶୀ ଗେଲ ହେଲେ ବାହାରିବ ତେଲ ।।
ସେଦିନ କଥାକି ନାହିଁ ତୋ ମନ
ତୁଣ୍ଡେ ପାନ ଖାଇ
ଏତେ ହେଉଛି କିପାଇଁ ଛନଛନ
ଚୋରି କରି ନେବେ ଟୋକା ତ ମନ
ଲୋକେ ଜାଣି ଗଲେ ପାଇବୁ ପାନେ ।।
ବନସ୍ତେ ଡାକିଲା ଗଜ
ବରଷକୁ ଥରେ ଆସିଛି ରଜ
ଜାଣିଛୁ କି ତୋ ଭାଉଜ ମନ
ଆମକୁ ଦେଖିଲେ ଯାଉଛି ଜଳି
ଭାଇଟି ଯେ ତୋର ବିଦେଶୁ ନଇଁଲେ ବୋଲି।।
ଶାଳୀ ଗାଳି ଦେଇ କହୁଛି ଖାଲି
ଛତରା ଟୋକାରେ କେତେ ଦେଖାଉ
ତୋ ପରି ଦେଖିଛି ପଣେ
ଗାଇ ମାଳ ମାଳ ଷଣ୍ଡ ଦୁର୍ବଳ
ଲାତ ମାରି ଦେଲେ ହୋଇବ କାଳ ।।
ବନସ୍ତେ ଡାକିଲା ଗଜ
ବରଷକୁ ଥରେ ଆସିଛି ରଜ
ଶୁଣି ଭିଣୋଇଟା କହୁଛି ଏକା
ଅଦିନରେ କାହିଁ ହେଉଛୁ ସିଠା
ପାଟିକୁ ତୋର ଟିକେ ବାଡି  ପକା
ନ ହୋଇଲେ ଆମ  ଷଣ୍ଡମାର୍କା ଟୋକା
ଟାଣି ନେଇଯିବେ କରି ସେ ବୋକା ।।
ଶାଳୀ ରାଗି ଯାଇ କହେ ଭିଣୋଇ ଶୁଣ
ଅାମେ ନୁହଁ କେଉଁ ଗାଇ ଗୋବର
ଯଦି ହୋଇଥିବେ ସିଂହର ବଚା
ସୀଙ୍ଘ ଧରି ଆମ ଆଗରେ ଦେଖା
ଦେବୁ ନାହିଁ କେବେ ଅାମେ
ତୁମ ପରି ପଛଘୁଞ୍ଚା ।।
ବନସ୍ତେ ଡାକିଲା ଗଜ
ବରଷ କୁ ଥରେ ଆସିଛି ରଜ
ମଜା କରି ଭିଣୋଇ କହେ
ଶୁଣ ମୋର ଆଜି ଗୋଟିଏ କଥା
କଳା ଗାଇ ଦୁଧ ଖିରୀ ଠୁ ମିଠା
ନୂଆ ପୀରତିର ମଉଜ ଭାରି ଲୋ
ପୁରୁଣା ଭିଣୋଇ କି ନିମ୍ବ ଠୁ ପିତା ।।
ବଟ ଗଛ ପତ୍ର ଭାରି ଗହଳି
ପ୍ରୀତି ପଙ୍କେ ତୁଇ ହେବୁ ଗୋଳିଆ
ଟୋକାମାନେ ଦେଖି ହେବେ ଧୂଳିଆ
ନ ହେଲେ ହୋଇବ ତୋ କାଳିଆ
ଲୋକେ ଦେଖି ହେବେ ଛାନିଆ ।।
ଶୁଣି ଶାଳୀ କହେ, କୁହ ଭିଣୋଇ
ଥୟ ନ ହେଉଛି କିମ୍ପା ମୋ ଛାତି
ପେଟେ କିଛି ନାହିଁ କାହିଁ ଲାଗୁଛି ବାନ୍ତି ବାନ୍ତି ?
ଏକଥା ଶୁଣି କି ଭିଣୋଇ କହେ
ତୋତେ ସେଥି ପାଇଁ କହୁଛି ମୁହଁ
ଶାଳୀ ଲୋ ରଜରେ ନ ହେବୁ
ତୁ ବେଶୀ ଗେଲ
ତୁ ବେଶୀ ଗେଲ ।।


ଶ୍ରୀ.ଡମ୍ବରୁଧର ବେହେରା
ଜବାହର ନବୋଦୟ ବିଦ୍ୟାଳୟ (ଶିକ୍ଷକ)
ପାରଳାଖେମୁଣ୍ଡି, ଗଜପତି(ଓଡ଼ିଶା)
ପିନ ନଂ - ୭୬୧୨୦୧
ଭ୍ରାମ୍ୟମାଣ - ୯୪୩୭୭୮୮୪୬୪

No comments: