ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରଜ ମଉଜ - ଭବାନୀ ରାଜୁ , ରାୟଗଡ଼ା


           "ରଜ ମଉଜ"
🌻🌻🌻🌻🌻🌻🌻🌻
ବୈଶାଖ ପ୍ରଚଣ୍ଡେ ଆଁ ହୋଇଥିଲା ଭୂଇଁ ,
ଆଷାଢ ଆସିଛି ଫଟାଭୂଇଁ ଦେହେ ବରଷା ଢାଳିବା ପାଇଁ ।।
ଆଣିଛି ଆଷାଢ ପରବ ରଜ,
ବର ଓହଳି କି ଆମ୍ବ ଗଛଟେ ଖୋଜ
ବାନ୍ଧିବା ଲୋ ଦୋଳି କରିବା ଟିକେ ମଉଜ ।।
ବରଷକେ ଥରେ ବିଶ୍ରାମ ନିଏ ବସୁଧା, 
ବର୍ଷ ସାରା କେତେ ଆଘାତ କଲେ ବି
ନ ଥାଏ ତାହାରି କ୍ଷୁଧା ।।
ଆ' ଲୋ ବଉଳ ପାଳିବା ରଜ,
ମନେପକା ଥରେ ଗଲା ବରଷକୁ 
ପୋଡ଼ପିଠା ଆଉ ମିଠାପାନ ଖାଇ
କରିଥିଲେ କେତେ ମଉଜ।।
ଜାତୀୟ ପରବ ଆମ,
ଓଡିଶା ବାସୀ ଯେ ଖୁସିରେ ପାଳନ୍ତି 
ଭାଇଚାରା ନେଇଁ ଆଲୋ କେ ହେବ ଆମରି ସମ।।
ଏ ବରଷ ର  ରଜ ଫିକା,
ଫିକା ପାନମିଠା, ଫିକା ପୁଣି ରଙ୍ଗ 
କୋରନା ଆସି ତ ସବୁଫିକା କଲା
ମନରେ ନାହିଁ ତ ତେଜ ।।
ମନକୁ ବୁଝେଇ ଦେବା,
ପରିସ୍ଥିତି ସହ ନିୟମକୁ ପାଳି
କୋରନା କୁ ଦୂରେଇବା ।।
ନିଶ୍ଚିତ ଆର ବରଷେ ବାନ୍ଧିବା ଫୁଲର  ଦଳି,
କୋରନା କୁ ତୋଡି ମୂଳ ପୋଛ କରି
ଧୁମ୍ ଧାମ୍ ରେ ରଜ ପାଳିବା ।। 
🌻🌻🌻🌻🌻🌻🌻🌻
          ଭବାନୀ ରାଜୁ ,  
ଗ୍ରାମ -ପାଙ୍ଗଣପଦର, 
ଶିକ୍ଷୟତ୍ରୀ ଅଭ୍ୟାସ ଟେକ୍ନୋସ୍କୁଲ୍, ପଦ୍ମପୁର ।
ଜିଲ୍ଲା -ରାୟଗଡା  ।
------------------

No comments: