ମାତୃଗର୍ଭୁ ପଡ଼ି ଯହିଁ ଥାପିଲି ମୁଁ ପାଦ
ଖେଳି ଖେଳି ଯାର ଧୂଳି କଲି ବରଵାଦ
ଡେଇଁ ଡେଇଁ ଖାଇଲି ମୁଁ ଯାର ବରକୋଳି
ପଡିଉଠି ଯହିଁ ମୁହିଁ ଶିଖିଲି ମୋ ଜ୍ଞାନ
ଯାହା ଉପରେ ପାଇଲି ମୋର ଅବଧାନ
ଯାହାଠାରୁ ପାଇଲି ମୋ ଘର ପରିବାର
ଵନ୍ଧୁଜନ ଜ୍ଞାତି ଆଉ ଛାତ୍ର ଛାତ୍ରୀ ମୋର
ଯାହା ଉପରେ ଥାଇ ମୁଁ କଲି ମୋ ଯୋଜନା
ପୂରଣ କଲି ମୋହର ସବୁ ସମ୍ଭାବନା
ସିଏ ଆଉ କେହି ନୁହେଁ
ଜନ୍ମଭୂମି ମୋର
କୀର୍ତ୍ତି କିରିଟିନୀ ପୁଣି ରତ୍ନଗର୍ଭା
ଯହିଁ ଦେଖ ତହିଁ ଫଳ ପୁଷ୍ପ ଶୋଭା
ମମତା ମଧୁ ର ସେଠି କି ଉପମା ଦେବା
ରାସ୍ତା ନାଲି ନାଲି ପୁଣି ବଙ୍କେଇ ଟଙ୍କେଇ
ଅପାସୋରା କଥାସଵୁ ଯାଏ ଗଳ୍ପ ହୋଇ
ମନ୍ଦି ମାଆ ପରି ଲୋକ ଦୁଆରେ ଥାଆନ୍ତି
ଯାଉଣୁ ଆସୁଣୁ କିଛି ପଚାରି ଵସନ୍ତି
ସମୟର ଅଭାଵୀକୁ ସିଏ ଵୁଝନ୍ତିନି
ନ କହିଲେ ଅଭିଶାପ କେବେ ଦିଅନ୍ତି ନି
ଗାଁ ମୁଣ୍ଡରେ ଆମ ପୂର୍ବ ପୁରୁଷଙ୍କ ମଠ
ଚଉଁରାଗୁଡେ ଭିତରେ ସେ କରୁଥାନ୍ତି ନାଟ
ଦିନେ ଦିନେ ସେମାନଙ୍କ ଦିନ ପୁଣି ହୁଏ
କ୍ଷୀରି ଖେଚେଡି ଖାଇକି ଦିନଟି ତ ଯାଏ
ରଜ, ଅଗ୍ନି ଉତ୍ସବ, ଖୁଦୁରୁକୁଣୀ ରେ
ଝିଅମାନଙ୍କ ଖୁସିକୁ ଦେଇତ ଧ୍ୟାନରେ
ଡକାଡକି ହୋଇ ଯେତେ ମଜ୍ଜା କରିଥାନ୍ତି
ନ ମିଳିବ କାହିଁ ଆଉ ସେହି ସୁଖ ଶାନ୍ତି
ଗାଁ ପିଲା ପୁଣି କେତେ କୁଜି ରାଜନେତା
ପାଖେ କେହି କହେ ନାହିଁ ଡରି କିଛି କଥା
କଥା କଥାକେ କେ କାଢନ୍ତି ଦୁଇ ନମ୍ବରି ଵାର୍ତ୍ତା
ଲାଙ୍ଗୁଡ ଯାକନ୍ତି ଦେଖି ସାଆନ୍ତଙ୍କ ଛତା
ଆମ ମାତୃଭୂମି ପରି ଗାଁଟିଏ ନାହିଁ
ଭୂଗୋଳ ପୋଥିରେ ନ ଥାଉ ତାର ନା ଭାଇ
ଜନ୍ମ ଜନ୍ମ ପୁଣ୍ୟ ବଳେ ଏହି ଗାଁ ମିଳେ
ପାହାଡ ପର୍ବତ, ନଦୀ ଯା' ଚରଣ ପଖାଳେ
ମନ ମୋର ଜପୁ ସେହି ମାଟି ମାଟି ମାଟି
ମଲାଵେଳେ ମୁଣ୍ଡେ ଥାଉ ପ୍ରିୟ ଜନ୍ମମାଟି
ନାରୀ ମାଆ ମାଟି ତୂଲ୍ୟେ ଜନ୍ମଭୂମି ସର୍ଵଂସହା
ଆପଦବିପଦେ ଆମ ହୋଇଥାଉ ସାହା
ଆପଣାଇ ଥାଏ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ
ମନ୍ଦିର,ମସ୍ ଜିଦ୍, ଗିର୍ଜା ତ ପୁଣ୍ୟ ପୀଠରେ
ପୂର୍ବ ପୁରୁଷଙ୍କ କୀର୍ତ୍ତି ଇତିହାସେ ଶୋଭା
ବର୍ଷା ବସନ୍ତ ଶୀତର କି ଉପମା ଦେବା
କୋଇଲିର କୁହୁତାନ ପକ୍ଷୀର କୁଜନ
ସୁନ୍ଦରପଣରେ ଭାଙ୍ଗେ ଋଷିଙ୍କର ଧ୍ୟାନ
ମୌସୁମୀର ବରଷା ଦେଖି ଆମ ଚାଷୀଭାଇ
କାଶତଣ୍ଡୀ ଶୋଭାରେ ଦୁର୍ଗାପୂଜା ହୋଇ ଥାଇ
ଦୁନିଆରେ ଜଣେକରି କରିଛି ସେ ଛିଡା
ପୁଜିପାରିବିନି କାହାକୁ ତାକୁ ପଛେ କରି ଛିଡା
ଧୂଳି ସଦା ଲାଗୁଥାଉ ମୁଣ୍ଡରେ ମୋହର
ଆଉ କିଛି ଲୋଡା ନାହିଁ ବେଶି କିଛି ତାର
କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ସମ୍ବଲପୁର ।
No comments:
Post a Comment