::ପହିଲି ରଜ::
ଆସିଛି ଆଜି ପହିଲି ରଜ,
ବରଷକ ପରେ ପୁଣି,
କି ଗାନ କରିବି ରଜ ର ଗୁଣ,
ମନକୁ ନିଏ ଟି ଜିଣି।
ଝିଅ ବୋହୁଏ ସକାଳୁ ଉଠି,
ବାସି ମୁହଁ କୁ ମାଜି,
ହଳଦୀ ଲଗେଇ, କୁଙ୍କୁମ ଲେପି,
କେତେ ପରକାରେ ସାଜି।
ନୂଆ ଜାମା କୁ ପିନ୍ଧି ବାହାରି,
ସାଙ୍ଗ ସାଥି ମେଳରେ,
ରଜ ପର୍ବ ର ମଜା ନିଅନ୍ତି,
ଦୋଳି ଖେଳି ରଜ ରେ।
ବସୁଧା ମା ଝିଅ ମାନଙ୍କୁ,
ଭେଟି ଦେଲେ ରଜ କୁ,
ପାଳନ କରି ଖୁସି ମନାନ୍ତି,
ସର୍ବେ ଏହି ପର୍ବ କୁ।
ହଳ କାମ, ଅନ୍ୟ କାମ ରେ,
ତାଲା ଲାଗେ ଟି ଆଜି,
ସବୁ ମଣିଷ ହସ ଖୁସିରେ,
ରଜ ପାଳିବାକୁ ରାଜି।
ତାସ୍, ଲୁଡୁ, ବାଗୁଡ଼ି ଆଦି,
କେତେ ପ୍ରକାର ଖେଳ,
ସବୁ ର ମଜା ନିଅନ୍ତି ସବୁ,
ହୋଇଣ ସର୍ବେ ମେଳ।
ପୋଡ଼ ପିଠା ର ସୁଆଦ ସତେ,
କେଡେ ସୁଆଦିଆ,
ଗୁଡ, ଛେନା, ଚାଉଳ ଚୂନା,
ଗୁଜୁରାତି, ନଡ଼ିଆ।
କି କହିବି ଆଉ ରଜ ର କଥା,
କେଡେ ମନୋହର ପର୍ବ,
କୋରୋନା ଆଜି ଭାଜି ଦେଇ ଗଲା,
ଆମ ଓଡ଼ିଶା ର ଗର୍ବ।
ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ,
ମାନନ୍ତୁ ପ୍ରଶାସନ କଥା,
ଶୁଖିଲା ରେ ନହେଲେ ହୋଇବ ରୋଗ,
କଷ୍ଟ ମିଳିବ ଅଯଥା।
ଏ ବର୍ଷ ନହେଲେ ଆର ବର୍ଷ କୁ,
ରଜ ଆସିବ ଚାଲି,
ଆଜି ସତର୍କତା ମାନିଲେ ସର୍ବେ,
ଦୁଃଖ ଟି ଯିବ ଟଳି।
ଓଡ଼ିଆ ପର୍ବ ରଜ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।ଧନ୍ୟବାଦ।
ଶୁଭ ଲକ୍ଷ୍ମୀ ବେହେରା
ସାଲେପୁର, କଟକ






No comments:
Post a Comment