( ରଜ )
ଆସିଛି ରଜ ମଉଜ
ଏ ବଉଳ ଏ ସଙ୍ଗାତ ହୁଅଲ ସଜ ବାଜ
ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ନୁଆଁ ଶାଡି ପିନ୍ଧି ହୁଅ ସଜ ବାଜ
ଡାକ ଦେଲାଣି ବର୍ଷା ରାଣୀ ହୁଅ ଲୋ ସଜବାଜ
ଗାଆଁର ଯେତେ ଭେଣ୍ଡିଆ ପୁଅ ତ
ଦେଖିବେ କୁଆଁରୀ ଝିଅଙ୍କ ମୁହଁ
ଚଳେଇ ଚଳେଇ ଘୁରି ବୁଲିବେ ଗାଇ ରଜମଉଜ ଗୀତ
ଛଟ ରୁ ବଡ଼ ମେଳିରେ
ପିଠା ପଣା ଖାଇ
ମାତିଲେଣି ଦଳି ଖେଳରେ
ପାଦରେ ଅଳତା ହାତରେ ମେହେନ୍ଦି ରଙ୍ଗେଇ
ବେଣିରେ ଗଜରା ଝୁଲେଇ
ରଜ ଗୀତଗାଇ ହୁଅନ୍ତି କେତେ ଫୁଲେଇ
ପାନ ଖାଇ ଓଠ କରନ୍ତି ନାଲି
ରଜ ନିମନ୍ତ୍ରଣ କରି ହସନ୍ତି ଖିଲି ଖିଲି
ଗାଁ ଆମ୍ବ ତୋଟା ପଟା ଦଳିରେ
ଦିନ ବିତି ଯାଏ ଖୁସି ମଜାରେ
ବରଷକେ ଥରେ ଆସି ପକେଇ ଦିଏ ମନ
ଏହି ରଜ ତିନି ଦିନ
ନିଜକୁ ଲାଗୁଛି ଆଜି ଗରବ
ଆମ ଏହି ରଜ ପରବ
ଆମ ଏହି ରଜ ପରବ
ଦୀପକ କୁମାର ପଣ୍ଡା
ଜିଲ୍ଲା - ରାୟଗଡା ଗୁଣୁପୁର






No comments:
Post a Comment