"କୃଷକ"
ମୋ' ଦେଶର ଏହି କୃଷକ ସମାଜ
ସବୁ ଦୁଃଖ ଦାଉ ସହୁଛି ,
ବନ୍ୟା, ମରୁଡି, ବାତ୍ୟାର ପ୍ରକୋପ
ମଥା ପାତି ଦିନ କାଟୁଛି ; ୧
କେବେ ଆସେ ବନ୍ୟା କେବେ ମରୁଡି
କୃଷକ ଫସଲ ଦିଅଇ ଉଜାଡ଼ି,
ରୁଣ ମହାଜନ ରେ ଯାଏ ସିଏ ବୁଡି
ଆତ୍ମହତ୍ୟା ବାଟ ଧରଇ ଜାବୁଡ଼ି;୨
ବାତ୍ୟା ମହାବାତ୍ୟା ଭଳି ପ୍ରଳୟଙ୍କାରୀ
ଭାଙ୍ଗି ଦିଅଇ ଘର ଦ୍ବାର,
କୋଠା ଅଟାଳିକା ଓପାଡି ଦିଅଇ
ମହି ହୁଏ ଥର ହର; ୩
ଥରଥର ହୋଇ ବନ୍ୟା ମରୁଡି ବାତ୍ୟା
ଅର୍ଥ ଅଙ୍ଗ ପଙ୍ଗୁ କଲା,
ତିନି ବେଳା ରେ ସେ ବେଳାଏ ଖାଇ
ମୁହଁ ମାଡି ପଡି ଥିଲା, ୪
ବନ୍ୟା ମରୁଡି ବାତ୍ୟାରେ ସବୁ କିଛି ଗଲା
ନ ରହିଲା ଗୋରୁ ଗାଇ,
ବିଲେ ନ ରହିଲା ଘାସ ବୁଦା ଟିଏ
ନିମିଷକେ ଗଲା କ୍ଷୟ ହୋଇ; ୫
ଜୀରା ଫୁଟିବାକୁ ନାହିଁ ଟିକେ ତେଲ
ମୁଣ୍ଡ ତ ହେଲାଣି ଜଟା,
ବରଷକ ସାରା ଗ୍ରୀଷ୍ମ ତାପ ସବୁ
ସହୁ ଅଛି ତାର ମଥା; ୬
ବରଷକ ସାରା କ୍ଷେତରେ ଖଟି ସେ
ପେଟକୁ ନମିଳେ ଦାନା,
ଲଜ୍ୟା ନିବାରଣ କରିବା ପାଇଁ
ଅଣ୍ଟା କୁ ନମିଳେ କନା; ୭
ବଜାର ଦଅର ଯାହା ହୋଇଲାଣି
କିଣି ହେଉ ନାହିଁ ଲୁଣ,
ଚଳେଇବା ପାଇଁ ପରିବାର ସିଏ
ମହାଜନ ଠାରୁ ଆଣେ ଋଣ; ୮
ନିତି କୃଷି କାର୍ଯ୍ୟ କରଇ କୃଷକ
ଜଗତ ବାସିଙ୍କ ପାଇଁ ,
ଖାଇବାରେ ତାର ପେଟ ପୁରେ ନାହିଁ
ଖାଲିପେଟେ ଯାଏ ଶୋଇ; ୯
ଖରା ବର୍ଷା ଶୀତ ନକରି କାତର
ନିତି ଖଟଇ କ୍ଷେତରେ,
ବିଭିନ୍ନ ଫସଲ କରେ ଉତ୍ପାଦନ
ଏହି ପ୍ରକୃତି କୋଳରେ;୧୦
କୃଷକ କୁ ନେଇ ହୁଏ ରାଜନିତି
ବିପର୍ଯ୍ୟସ୍ତ କୃଷି ନୀତି,
କୃଷକ ଏଠି ଅଭାଵେ ମରୁଛି
ଏ ଆମ ଦେଶର ନୀତି;୧୧
କୂଷକ ପାଇଁ କି ହୁଅଇ ଯୋଜନା
ସବୁ ଯୋଜନା ହୁଏ ହଡ଼ପ,
ପାଏ ନାହିଁ କିଛି କୃଷକ ଏଠି
ଯେତେ କଲେ ଜପତପ;୧୨
ଚାଷ ଅଛି ଯାହାର ସବୁ ଦୁଃଖ ତାହାର
ଦୁଃଖ କଷ୍ଟ ସହି ଯୋଗାଏ ସେ ଆହାର,
ଅଭିଯୋଗ କରିଲେ ସେ
ଖାଏ ରାଜ ରାସ୍ତା ରେ ପାହାର;୧୩
ଚାଷ କରେ ବୋଲି ଅଲୋଡା ଅଟଇ
ଚାଷୀ ଟି ସବୁରି ପାଖରେ,
ବଡ ବଡିଆ ଘୃଣା କରନ୍ତି
ବସାନ୍ତିନି କେହି ପାଖରେ;୧୪
ଲେଖା ଅଛି ସିନା ଜୟ କିଷାନ
ପାଇଁ ଅଛି ବଡ଼ ଉପାଧି,
ନାହିଁ ସନ୍ମାନ କେଉଁ କ୍ଷେତ୍ରରେ
ଦିଅନ୍ତି ସବୁଠି ସମାଧି;୧୫
ଯାଣନ୍ତିନି କେହି ଛୋଟିଆ କ୍ରୁଷକ
ଯୋଗାଏ ଆମକୁ ଆହାର,
କୁଷକ ଭାଇଟି ଦିଏ ପିଣ୍ଡରେ ପ୍ରାଣ
କେମିତି କରିବା ହତାଦାର;୧୬
କୁଷକ ଭାଇଟି ଜମି ଚାଷ କରେ
ମୁଣ୍ଡ ଝାଳ ତୁଣ୍ଡେ ପିଇଯାଏ,
ତା ପରି ଜଗତେ ଅଛି ଆଉ କିଏ
ଜଗତ ବାସିଙ୍କୁ ଦାନା ଦିଏ; ୧୭
ଦେଶର ସମ୍ବଳ ଦେଶ ମାଟି ବୀର
ଏହିପରି ଯଦି ପଙ୍ଗୁ ହୋଇବ,
ଦେଶ ମେରୁଦଣ୍ଡ କିପରି ରହିବ
ଦେଶବାସୀ ତୁମେ ଭାବି ଦେଖିବ; ୧୮
ସଂଗ୍ରାମ କେଶରୀ ନାୟକ
ସଂଖୁଆ ଗଡରୁପାସ ଗୋପ ପୁରୀ
No comments:
Post a Comment