:: ସମ୍ପର୍କ ::
ସମ୍ପର୍କ ଟା ଅଟେ କୂଟାଖିଅପରି,
ବିଶ୍ୱାସ ଅଟେ ତା ନିହ।
ପ୍ରେମ, ବିଶ୍ୱାସରେ ଗଢା ହୋଇଥାଏ,
ସୁନ୍ଦର ଆମ ସମ୍ପର୍କ।
ମିଛମାୟାର ଏ ସଂସାର ଭିତରେ,
ସମ୍ପର୍କ ଅଟେ ଯେ ସାର।
ସମ୍ପର୍କର ସେତୁ ବାନ୍ଧିରଖିଥାଏ,
ଜୀବନ ଥିବା ପର୍ଯ୍ୟନ୍ତ।
ଜନନୀ ଜଠରୁ ନିବିଡ଼ ସମ୍ପର୍କ,
ଆରମ୍ଭ ହୁଏ ସନ୍ତାନର।
ଜନନୀ ରକ୍ତରେ ପୋଷିତ ହୋଇ,
ଗଢେ ସେ ସମ୍ପର୍କ ସୁନ୍ଦର।
ରକ୍ତ ସମ୍ପର୍କଠୁ ଆହୁରି ନିବିଡ,
ସମ୍ପର୍କ ଅଟେ ଯେ ସ୍ୱାମୀ -ସ୍ତ୍ରୀର।
ଅଗ୍ନୀ ଚତୁଃପାର୍ଶ୍ୱେ ପ୍ରଦକ୍ଷିଣା କରି,
ସାଥୀ ହୋଇଥାନ୍ତି ଜନ୍ମ ଜନ୍ମାନ୍ତରର।
ନିଶ୍ୱାସଠୁ ବେଶି ବିଶ୍ୱାସର ମୂଳେ,
ଗଢା ହୋଇଥାଏ ସମ୍ପର୍କ ସୁଦୃଢ।
ଦୂରେଥାଇ ରବି ଆଖି ଠାରିଦେଲେ,
କମଳିନୀ ଫୁଟିଉଠେ।
ବାତ୍ସଲ୍ୟ ପ୍ରେମର ସମ୍ପର୍କଡୋରୀରେ,
ବନ୍ଧା ଶ୍ରୀ କୃଷ୍ଣ ଯଶୋଦାମାତା।
ରକ୍ତସମ୍ପର୍କଠୁ ବଳିଗଲା ତାଙ୍କ,
ଅନାବିଳ ସ୍ନେହ, ମମତା।
ପାର୍ଥ ସାରଥି ସଖା ନରନାରାୟଣ,
ଦେଇଗଲେ ଗୀତାନ୍ଗ୍ୟାନ।
ଖୁଦଭଜା ଦେଇ ତୋଷାଇପାରିଲା,
ସଖା ସୁଦାମା ବ୍ରାହ୍ମଣ।
ଜୀବନଟା ଛାର ଜଳବୁଦବୁଦ ପରାୟ,
ନିମିଷକେ ଯାଏ ମିଶି।
ମାଟିଘଟ ଦିନେ ମାଟିରେ ମିଶିବ,
ସମ୍ପର୍କ ଯେ ଚିର ରହିବ।
ଭନ୍ଗାଗଢା ଏହି ଦୁନିଆ ଭିତରେ,
ସମ୍ପର୍କ ମଧୁର ସେତୁ।
ମଣିଷ ମଣିଷ ଭିତରେ ଏ ସମ୍ପର୍କ,
ଚିରଦିନଲାଗି ରହିଥାଉ ହୋଇ ବନ୍ଧୁତ୍ୱର ସେତୁ।।
଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼଼
ପୁଷ୍ପାଞ୍ଜଳି ପଣ୍ଡା
ଝାରସୁଗୁଡ଼ା,
ଓଡ଼ିଶା (8249855716)
No comments:
Post a Comment