'କୃଷକ'
କାଏଁ ଖରା କାଏଁ ବର୍ଷା
କାଏଁ କାକଁର୍ ଶୀତ୍
ଚାଷୀର୍ ମନ୍ ତ
ଚାଷ ଜମି ନେ
କିଏ ପାର୍ ବା ରୋକି l
ମୁଣ୍ଡର୍ ଝାଲ୍ ଟୁଣେ ମାରି
ଚାଷ କରୁଛେ ଚାଷୀ
ସୁନାର୍ ଫସଲ
ହସାବା କ୍ଷେତେ
ଆମର ଆହାର ଲାଗି l
ଚାଷୀ ତାର୍,
କ୍ଷେତ ଜାନେ କି କବାର ଜାନେ
ସଦା, ମାଟି ଲଢୁଥିଛି
ଚାଷ ତାର୍ ଜନମ୍ କରମ୍
ଦୁଃଖ ବି ସୁଖ ହେସି ll
ଫସଲେ ତାର୍,
ରୋଗ ଲାଗୁ କି
ହେଉ ବନ୍ୟା ବାତ୍ୟା
ସବୁ ସହି ଚାଷ କରୁଛେ
କେଭେ, ମନ୍ ନାଇଁ କରି ଉନା ll
ଦେଶ୍ ଦୁନିଆକେ
ଅର୍ଣ୍ଣ ଯୋଗାଏ
କୃଷକ, ଦେଶର ମେରୁଦଣ୍ଡ
ଜୟ କିଷାନ୍ ଜୟ କିଷାନ୍ କହେ
ମୋର ଭାରତ ମାଟିର୍ ବୀର ll
-ସୁଶାନ୍ତ ରଣା ( ସମ୍ପାଦକ )
ନେହେରୁ ଯୁବକ ସଂଘ, ତେରେସିଂହା,
ଜି. କଳାହାଣ୍ଡି, ମୋ. 7894658274
No comments:
Post a Comment