ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ଶିବାତ୍ମକ ପଣ୍ଡା , ସମ୍ବଲପୁର

      ସମ୍ପର୍କ
************
ମାୟା ର କବଳେ ଏ ସୁନା ସମ୍ପର୍କ
ହେଉଅଛି କଳୁଷିତ,
ଦ୍ୱିଧା ଅପସରି ମାନବସମାଜ
ସାଜିଅଛି ଦେବଦୂତ  ।।୧।।

ବୁଝିପାରୁନାହିଁ ମୋହ ମାୟା କିଛି
ନୟନେ ପରଦା ବାନ୍ଧି,
ଚାଲିଯାଉଅଛି ସମୟ ସୁଅରେ
ହୋଇସେ କଳୁଷେ ବନ୍ଦୀ।।୨।।

ମାୟାଜାଲେ ସେତ ପଡିଯାଇଅଛି
ଆୟତ୍ତ କୁ ନିଜ ଭୁଲି,
ଭାଙ୍ଗିଦେଉଅଛି ସମ୍ପର୍କ କୁ ସବୁ
ବିପରୀତ ପଥେ ଚାଲି।।୩।।

ମାନବ ସମ୍ପର୍କ ଏକ ଖେଳଘର
ସମୁଦ୍ରର ଢେଉ ପରି,
ଲକ୍ଷ୍ୟହୀନ ତାର ଜୀବନର ମୋଡ
ହୁଏ ସେ ଅବାଟେ ପାରି।।୪।।

ଜାଣିପାରୁନାହିଁ ତା ଚାରି ପାର୍ଶ୍ୱକୁ
ଚକ୍ଷୁ କୁ ତା ବନ୍ଦୀ କରି,
ସମ୍ପର୍କ କୁ ଦେଇ ସଂଶୟ ର ରୂପ
ଅଜ୍ଞାନେ ହୁଏ ସେ ପାରି।।୫।।

ନିଷ୍ପେଷିତ ହୁଏ ପ୍ରତିଟି ମୁହୁର୍ତ୍ତେ
କଷଣେ ହୁଏ ସେ ରୁନ୍ଧି,
ସମ୍ପର୍କର ମୂଲ୍ୟ ବୁଝିପାରୁନାହିଁ
କରିକେତେ ପାପ ସନ୍ଧି।।୬।।

ଅନେକ ସମ୍ପର୍କ ଗଢିଚାଲିଅଛି
କୁହୁକ ବଚନ କହି,
ବିଶ୍ୱାସଘାତକ ହେଉଛି ଶେଷରେ
ମାୟା ର ସଂସାରେ ରହି।।୭।।

କଳୁଷହୀନ ସେ ସମ୍ପର୍କ ତ ଗଢୁ
ସଂଶୟକୁ ନିଜ ଭୁଲି,
ଏ ପ୍ରାର୍ଥନା କରେ ପ୍ରଭୁପାଦ ପୟେ
ଧୂପର ସୁରଭି ଢାଳି।।୮।।

ଶିବାତ୍ମକ ପଣ୍ଡା
ଆପ୍ରାଇଜ଼ ମହାବିଦ୍ୟାଳୟ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ  ବିଜ୍ଞାନ ଛାତ୍ର
ସମ୍ବଲପୁର

No comments: