🙏ସମ୍ପର୍କ 🙏
*************
ସେଦିନ ତୁମେ ପଚାରିଥିଲ ବାରମ୍ବାର
ତୁମ ସହ ମୋ ସମ୍ପର୍କ କଣ??
ମୁଁ ଚୁପ ରହିଥିଲି ତଥାପି
ଜାଣି ପାରିବକି କେବେ ତା କାରଣ??
କିଛି ସମ୍ପର୍କର ନାମ ନ ଥାଏ
କିନ୍ତୁ ଥାଏ ପ୍ରଗାଢ଼ ବିଶ୍ୱାସ
କିଛି ସମ୍ପର୍କର ପରିଣାମ ନ ଥାଏ
ହେଲେ ଥାଏ ଅତୁଟ ବନ୍ଧନ ll
ସମ୍ପର୍କର ମାନେ ନୁହେଁ କିଛି ମୁଠା ସ୍ୱାର୍ଥ
କି କିଛି ପ୍ରତିଶତ ତ୍ୟାଗ
ତା ମାନେ ବୁଝିଛି ମୁଁ
ମୋ କାନ୍ଧରେ ବୋହିଥିବା କିଛି କର୍ତଵ୍ୟ ll
ତୁମ ମନର ବୋଝ ଲଘୁ କରିବା
ତୁମ ସୁଖ ଦୁଃଖର ସାକ୍ଷୀ ହେବା
ମୋ ସମ୍ପର୍କର ପରିଭାଷା
ଭାବୁଛି ପାଇଛ ଏ ତୁମ ପ୍ରଶ୍ନର ଉତ୍ତରଟା ।।
*ନାମ - ଦେବାଶିଷ ପଟ୍ଟନାୟକ*
*ଠିକଣା - କଟକ*
*୭୦୦୮୪୯୪୧୬୯*
No comments:
Post a Comment