ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - କ୍ଷୀରମୋହନ ପଟେଲ , କଳାହାଣ୍ଡି


      ::ସମ୍ପର୍କ::

ସମ୍ପର୍କ ଶବ୍ଦଟି ବଡ ଜଟିଳ
ସମ୍ପର୍କର ସୂତାଖିଅ ଥରେ
ଛିଡିଗଲେ ପୁଣିଥରେ ତାକୁ
ଯୋଡିବା ବହୁତ କଷ୍ଟ।

ସମ୍ପର୍କ ନଥାଏ ରକ୍ତରେ
ସମ୍ପର୍କ ଜାତ ହୁଏ କେବଳ
ଦୁଇଟି ମନରୁ,ଦୁଇଟି ହୃଦୟରୁ।

କୌଣସି ସମ୍ପର୍କ କେବେ ହାତରେ
ଭାଙ୍ଗେ ନାହିଁ, ଆମର ସ୍ୱାର୍ଥପରତା
ମିଛ, ଅଣ ଦେଖା ହିଁ ସମ୍ପର୍କକୁ
ଭାଙ୍ଗି ଚୁରମାର କରିଦିଏ।

ସବୁ ସମ୍ପର୍କ ସମସ୍ତଙ୍କ ଭାଗ୍ୟରେ
ନଥାଏ।
ବେଳେବେଳେ ପ୍ରେମ ବାଣ୍ଟିବାକୁ
ପାଖରେ ନଥାଏ।

ସମ୍ପର୍କ ଅର୍ଥକୁ ବୁଝିବାକୁ
ନିଭେଇବା କିଛି ସହଜ
କଥା ନୁହେଁ।

ସ୍ୱାମୀ,ସ୍ତ୍ରୀବମଧ୍ୟରେ ସମ୍ପର୍କ
ଭାଇ,ଭାଇ ମଧ୍ୟରେ ସମ୍ପର୍କ
ପ୍ରେମିକ,ପ୍ରେମିକା ମଧ୍ୟରେ
ସମ୍ପର୍କ। ସତରେ ଏ ସମ୍ପର୍କ
ଅତି ଜଟିଳ।

ସମ୍ପର୍କ ସେତେବେଳେ ମଜବୁତ
ହୋଇଥାଏ, ଯେତେବେଳେ
ସମ୍ପର୍କରେ ସ୍ୱାର୍ଥ ନଥାଏ।

କିଛି ସମ୍ପର୍କ ତ ଜାତି,ଧର୍ମ
ପାଇଁ ଭାଙ୍ଗି ଯାଏ।
ଆଉ କିଛି ସମ୍ପର୍କ ଧନୀ,ଗରୀବ
ଭେଦ ଭାବ ପାଇଁ ଭାଙ୍ଗିଯାଏ।

କିଛି ସମ୍ପର୍କର ନାମ ନଥାଇ
ମଧ୍ୟ ତାହା ଏତେ ନିବିଡ
ଗଢି ଉଠିଥାଏ, ଯାହାକି ଶେଷ
ନିଶ୍ୱାସ ପର୍ଯ୍ୟନ୍ତ ରହିଯାଏ।

କ୍ଷୀରମୋହନ ପଟେଲ 
ଛିଲିପା,କଳାହାଣ୍ଡି

No comments: