" କୃଷକ"
ହଳ କାମ ଯାର ଚାଷ କାମ ତାର
ଦୁନିଆକୁ ଯୋଗାଏ ସେ' ହାର
ବର୍ଷା,ଖରା, ଶୀତ , ତା ' ଭାଗ୍ୟର ରେଖା
ଜୀବନେ ନ କରେ ସେ ଡର ।।
ପିଲା ଛୁଆ ତାର ଝୁମ୍ପୁଡିରେ ମରେ
ବନ୍ୟା,ବାତ୍ୟାରେ କଟେ କାଳ
ମରୁଡି,ଦୁର୍ଭିକ୍ଷ ସଦା ସହଚର
ଦୁର୍ଦ୍ଦଶାରେ ବିତେ ସକାଳ ।।
ନିଜେ ଖାଏ ବଡ଼ି, ପିଆଜ,ପଖାଳ
ଭୂଇଁରେ ଫଳାଏ ଫସଲ
ଘର ପରିବାର, ଋଣ ,ମହାଜନେ
ଜୀବନ ବିତାଏ ହସଲ ।।
କେତେବେଳେ ସିଏ ଫାଶିରେ ଝୁଲଇ
ଆତ୍ମ ହତ୍ୟା କରେ ଜୀବନ
ସରକାର କହେ କୃଷକ ଅଟଇ
ଦେଶ ମେରୁଦଣ୍ଡ ସମାନ ।।
ଜୟ ଯବାନ ହେ ଜୟ କିସାନ ହେ
ତୁମକୁ ଆମର ସଲାମ
ଭୋକିଲା ପେଟର ଅନ୍ନ ମୁଠେ ଦେଇ
ଲଗାଅ ଘାଆରେ ମଲମ।।
@ଡମ୍ବରୁଧର ବେହେରା
ନବୋଦୟ ବିଦ୍ୟାଳୟ
ଗଜପତି(ଓଡ଼ିଶା)
ସମ୍ପର୍କ - ୯୪୩୭୭୮୮୪୬୪
No comments:
Post a Comment