" କୃଷକ"
ବର୍ଷା ଆଗମନେ ମୋ କୃଷକ ଭାଇ
ବିଲକୁ ଯାଅଇ ହଳକୁ ନେଇ
ବଳଦ ବାପୁଡ଼ା ସଙ୍ଗେ ହଳ ଲଙ୍ଗଳ ଯୋଚି
ଚାଷ କାମ କରେ ଖତ ସାର କୁ ଦେଇ।
ଅକ୍ଷି ତୃତୀୟାରେ ଅକ୍ଷି ମୁଠି ବୁଣି
ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ସୁମରଣା କରି
ଏସନ କ୍ଷେତରେ ସୁନାର ଫସଲ କରି
ଦେଶ, ପିଲାଛୁଆଙ୍କ ପାଇଁ ଭଣ୍ଡାର ଦେ ଭରି।
ସକାଳୁ ସଞ୍ଜ କ୍ଷେତରେ ଖଟଣି
ଖରା ବରଷା କୁ ନ କରି ଖାତିରି
ଯଦି ବାତ୍ୟା,ବନ୍ୟା,ମରୁଡି ଉଜାଡେ଼ ଫସଲ
ଋଣ ଭାରେ ଭାଙ୍ଗେ ମେରୁଦଣ୍ଡ ତାର।
ସରକାରଙ୍କର ଯେତେ ସବୁ ଯୋଜନା
ବାଟମାରଣାରେ ତା ଆତ୍ମହତ୍ୟା
ତାକୁ କରିବାନି ଅଣଦେଖା
ତା ବିନା ଦେଶ ହେବ ନାରଖାର।
ଭାରତ ଆମର କୃଷି ପ୍ରଧାନ ଦେଶ
ସେ ତ ଆମର ଅନ୍ନ ଦାତା,
ଲାଲ୍ ବାହାଦୁର ଙ୍କ ଜୟ କିଷାନ ନୀତି
ମନେ ପକାଇ ଦେବ ଆମ କୃଷକ ଭାଇ।
ଶାନ୍ତିଲତା ଦେବୀ
ଖୋର୍ଦ୍ଧା
No comments:
Post a Comment