ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ଅଭିମନ୍ୟୁ ପ୍ରଧାନ , ଯାଜପୁର

           -: କୃଷକ  :-

ଦୁନିଆକୁ ଆସିଛି ମୁଁ, ମାନବ ଟେ ହେଇ
ସଂସାର ବୁଝି ପାରୁଛି,କୃଷକ ହେଇ
ଏଠି ଗରିବର ଦୁଃଖ କଷ୍ଟ, କେହି ବୁଝେ ନାହିଁ
ସମସ୍ତେ ବୁଲନ୍ତି ଏଠି, ଟଙ୍କା ପଛେ ଧାଇଁ
ସମୟ ସଜେଇ ଦେଇଛି ଆଜି
କୃଷକ କରି, କୃଷକ କରି ।।
ସେ କୃଷକ ମଣୀ, ସେ କୃଷକ ମଣୀ....

ଲଙ୍ଗଳକୁ ହାତେ ଧରି, ବଳଦକୁ ସାଥି କରି
ଜୀବନର ଚଲାବାଟେ ଚାଲୁଥାଏ, ଡାକି ହରି ହରି
ଦୁଃଖ କେବେ ଆସି ନାହିଁ, ସୁଖରେ ମୁଁ ଅଛି ରହି
ଅନ୍ୟ ମୁଖେ ହସ ଦେଖି, ନିଜେ ଦୁଃଖେ ହସେ ଭାରି
ଜୀବନକୁ କରିଛି ସେ କ୍ଷେତ ରେ ରୁଣୀ
କେହି ହେବେ ନାହିଁ ଭାଇ, କୃଷକ ପରି ।।
ସେ କୃଷକ ମଣୀ, ସେ କୃଷକ ମଣୀ.....

ନିଜ ରକ୍ତ କରି ପାଣି, ଖାଦ୍ୟର ସେ କରେ ଖଣି
ଭୋକ ପେଟେ ଖାଦ୍ୟ ଦେଇ, ପିଉଥାଏ ପାଣି
ଅଭାବରେ ଥିଲେ ବି ସେ, କହେ ନାହଁ ମୁହଁ ଖୋଲି
ନେତା ମନ୍ତ୍ରୀଙ୍କ ପାଖରେ, ସହାୟତା ଦିଅ ଗଣି
ବିପଦ ପଡିଲେ ଗଣି, ଘରଣୀ ଗହଣା ଆଣି
ସନ୍ତାନ କୁ ହସାଏ ସେ, କହି କାହାଣୀ ।।
ସେ କୃଷକ ମଣୀ, ସେ କୃଷକ ମଣୀ.....

ଭଗବାନଙ୍କ ପାଖେ ଗୃହାରୀ, ଦୁନିଆ ମୋ ନବ ଟାଣି
ବୟସ ମୋ ଯାଏ ଫେଡ଼ି, କିଛି ଦିନେ ଯିବି ଟଳି
ଆଜି କାଲି ପିଲାମାନେ, ମନ ନାହିଁ ଚାଷ କାମେ
ବିକି ଦେଇ ଚାଷ ଜମି, ହୁଅନ୍ତି ସେ କର୍ମଚାରୀ
କଳକାରଖାନା କରି, ଆସ୍ତେ ଆସ୍ତେ ଗଲେ ଭୁଲି
ଖାଦ୍ୟ ପାଇଁ ଦିନେନା ଦିନେ, କରିବେ କଳି ।।
ଫେରେଇଦେ ମୋ ବୟସ, ମୁଁ ଯିବି ବାହୁଡ଼ି
ମୁଁ କ୍ଷେତକୁ ଫୁଣି
ତୁ କୃଷକ ମଣୀ, ତୁ କୃଷକ ମଣୀ.....
-------୦------
     ଅଭିମନ୍ୟୁ ପ୍ରଧାନ
     ବଡ଼ଚଣା,ଯାଜପୁର
ଦୂରଭାଷ-୮୪୫୬୯୦୯୦୨୩

No comments: