:::ସମ୍ପର୍କ:::
**********
ସମ୍ପର୍କ ନୁହଇ ବାଲିଘର ଯେ
ନିମିଷକେ ସିଏ ଭାଙ୍ଗି ଯିବ
ସମ୍ପର୍କ ଅଟଇ ଭାବର ବନ୍ଧନ
ଭାବ ଥିବା ଯାଏ ରହିଥିବ....୧
କୃଷ୍ଣ ସୁଦାମା ସଖାର ସମ୍ପର୍କ
ଖୁଦ ମୁଠିଏର ର ଭାବ
ସେ ଭାବ ସମ୍ପର୍କ ଖୋଜିଲେ
ଆଜି ବା କାହିଁ ମିଲିବ......୨
ସାହିତ୍ୟ ଜୀବନ ସାହିତ୍ୟ ଆସର
ପାଖେ ଯା ସମ୍ପର୍କ ଅଛି
ଫୁଲ ଚନ୍ଦନ ରେ ସାହିତ୍ୟ ଆସର
ସବୁଦିନେ ମହକୁଛି.....୩
ସମ୍ପର୍କ ର ଭାବ ଯିଏ ତ ପାଇଛି
ସମ୍ପର୍କ ଡୋରରେ ବନ୍ଧା
ବନ୍ଧୁ ପରିଜନ ଆଦର କରନ୍ତି
କେବେ ପାଏ ନାହିଁ ନିନ୍ଦା....୪
ସମ୍ପର୍କ ର ହାତ ଯିଏ ବଢ଼ାଇଛି
ହାତ କେବେ ଫେରେ ନାହିଁ
ମଣିଷ ପଣିଆ ରହିଥାଏ ଟିକେ
ଦୁଃଖି ଦରିଦ୍ର ଙ୍କ ସେବାପାଇଁ....୫
ସମ୍ପର୍କ ମଧୁର ସମ୍ପର୍କ ସୁନ୍ଦର
ସମ୍ପର୍କ ଅଟଇ ବଡ଼
ସମ୍ପର୍କ ର ଭାବ ଯିଏ ନ ବୁଝିଛି
ସେହି ମଣିଷକୁ ଛାଡ....୬
ପଶୁ ପକ୍ଷୀ ଙ୍କର କୀଟ ପତଙ୍ଗ ର
ସମ୍ପର୍କ ଚୀର ନୀବିଡ
ମଣିଷ ସମାଜ ତାଙ୍କଠାରୁ ଶିଖ
ସମ୍ପର୍କ ର ଭାବ ହେଜ....୭
ସମ୍ପର୍କ ଭାଙ୍ଗିଲା ସେ ଚୀନ୍ ଦେଶ
ଭାରତ ର ଶତ୍ରୁ ହେଲା
ସମୟ କୁ ଟିକେ ଅପେକ୍ଷା ରହୁ
ଚୀନ୍ ର ବୁଡିବ ଭେଲା.....୮
************************
ପରେଶ କୁମାର ପରୁଆ (ଶିକ୍ଷକ)
ମୋ..୭୮୯୪୮୬୦୦୯୩
ସୁଭଦ୍ରା ନିବାସ୍ ବିଶିପାଲି ଜମଲା ପଦମପୁର୍
ଜିଲ୍ଲା-ବରଗଡ
No comments:
Post a Comment