କୃଷକ
କୃଷକ ଟିଏ ମୁଁ ମାଟିର ମଣିଷ
ମାଟି ରେ ମୋ ଦିନ ଯାଏ
ମାଟି ମୋର ମାଆ ମାଟି ମୋର ଶାହା
ମାଟି ମୋର ମନ ମୋହେ.....
ମାଟିର ବକ୍ଷଚୀରି ମୁଣ୍ଡ ଝାଳ ମାରି
ମାଟିରେ ଅମଳ କରୁଛି
ନିଜେ ସିନା ରହେ ଦୁଃଖରେ ଦୁଃଖରେ
ସଂସାରରେ ସୁଖ ବାଣ୍ଟୁଛି...
ଝାଟି ମାଟି ଘରେ ରହୁଥାଏ ମୁହିଁ
ଗାଈ ଗୋରୁଙ୍କର ସାଥେ
ପାଣି ସର ସର କାଦୁଅ ଗୋବରେ
ଦିନ ରାତି ମୋର ବିତେ
ଲୁଙ୍ଗି ଗୋଟିଏ ଓ ଗାମୁଛା ଗୋଟିଏ
ଶରୀରର ସାଥି ମୋର
ମୁଣ୍ଡରେ ଗାମୁଛା ଯେବେ ବାନ୍ଧିଦିଏ
କାମକୁ ନଥାଏ ଡର.....
ବରଷା ଋତୁରେ ମାଟି କାଦୁଅରେ
କ୍ଷେତ ରେ ମୁଁ ଖଟୁଥାଏ
ଖାଇବା ବେଳରେ ପଖାଳ ଭାତକୁ
ବିଲ ହୁଡ଼ାରେ ମୁଁ ଖାଏ....
କେବେ ଯଦି ମୋର ଚାଷ ଉଜୁଡିଲା
କଥା ମୋର ସରିଗଲା
ମହାଜନଙ୍କର ଋଣ ସୁଝୁ ସୁଝୁ
ପ୍ରାଣ ବାୟୁ ଉଡ଼ିଗଲା....
ହୋ ହାଲା ହୁଏ ସାରା ରାଇଜରେ
ଚାଲେ ରାଜନୀତି ପାଲ୍ହା
ମାଧିଆ ବୋଲି କୃଷକ ଟେ ଆଜି
ଆତ୍ମ ହତ୍ୟା କରିଦେଲା...
ହୋ ହାଲ୍ହା ହୁଏ ସାରା ରାଇଜରେ
ପଲ୍ଲୀ ଠାରୁ ଦିଲ୍ଲୀ ଯାଏ
କିଛି ଦିନପରେ ସବୁ ଲିଭିଯାଏ
କୃଷକ ହିଁ ଦୁଃଖ ପାଏ.....
କାହାକୁ କହିବି କିଏ ବା ବୁଝିବ
କୃଷକ ମନର ବ୍ୟଥା
ଦୁଃଖରେ ବଞ୍ଚିଛି ନିରୀହ କୃଷକ
ଏହାହିଁ କୃଷକ କଥା......
ନିରଞ୍ଜନ ସାହୁ ,ଜୟପୁର, କୋରାପୁଟ*
No comments:
Post a Comment