କୃଷକ
ସେ ମାଟିର ମଣିଷମାଟିରେଯାଏ ମିଶି
କ୍ଷେତକୁ ସିଏ ପ୍ରେମିକା ଭାବି
କ୍ଷେତରେ ଯାଏ ମଜ୍ଜି ।
ହଳ ଲଙ୍ଗଳ କାଙ୍କ କୋଦାଳ
ଏସବୁ ତାର ସାଥି
ନ ଡରେ ବର୍ଷା ଶୀତ କାକର
ଡରେନା କେବେ ତାତି ।
ବନ୍ୟା ବାତ୍ୟା ମରୁଡି ମଧ୍ୟେ
କଷୁଥାଏ ସେ ଜୀବନ ଅଙ୍କ
ପେଷାରେ ବୃତ୍ତିରେ ନିଶାରେ ସଦା
ସେ ବୋଲାଏ ମୁଁ କୃଷକ।
ନିଜ ରକତ ପାଣି କରି ସେ
କ୍ଷେତରେ ଖଟୁଥାଏ
ମୁଣ୍ଡ ଝାଳକୁ ତୁଣ୍ଡରେ ମାରି
ସଦା ସେ ହସୁଥାଏ ।
ଛିଣ୍ଡା ଧୋତିଟେ ଛିଣ୍ଡା ଗାମୁଛା
ବନ୍ଧୁ ତାହାର ସାଜେ
ଗାମୁଛାକୁ ସେ ମୁଣ୍ଡରେ ଭିଡି
କ୍ଷେତ କାମରେ ମଜ୍ଜେ।
ନିଜେ କାନ୍ଦେ ସେ ଅନ୍ୟ ଦୁଖରେ
ସଭିଙ୍କୁ ଦିଏ ହସ
ମାଟିର ବକ୍ଷ ଚିରି ଫଳାଏ ସିଏ
ନାନାଦି ନାନା ଶସ୍ୟ।
ଧନ ତାହାର ନ ଥାଏ ହେଲେ
ମନ ତାହାର ବଡ
ଦୁନିଆ କୁ ସେ ଯୋଗାଇ ଖାଦ୍ୟ
ଦୁନିଆରେ ସେ ବଡ ।
ଅଭାବ ତାର ସମସ୍ୟା ହେଲେ
ଖୋଲେନା କେବେ ତୁଣ୍ଡ
ଶ୍ରମ କରି ସେ ଜୀବନ ଦିଏ
ସାଜେ ସେ ମେରୁଦଣ୍ଡ ।
ସେ ଅର୍ଣ୍ଣଦାତା ସେ ଜୀବନଦାତା
ସେ ପରା ଆମ ବନ୍ଧୁ
ଦିଅରେ ତାକୁ ସାହସ ଶକ୍ତି
ଅପାର ସ୍ନେହର ସିନ୍ଧୁ ।
ଅଭୟ କୁଣ୍ଡ
ଶିକ୍ଷକ
ମହିଷାପାଟ ଆଶ୍ରମ ବିଦ୍ୟାଳୟ
ଢେଙ୍କାନାଳ
No comments:
Post a Comment