ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ମହମ୍ମଦ ହନିଫ୍ ସାହା , ଭଦ୍ରକ

          କୃଷକ 
~~~~~~~~~~~~~~

ମୁଁ କୃଷକ ଭାଇ ମୁଁ କୃଷକ ଭାଇ
ଖରା ବରଷା କୁ ମୋର ଡର ନାହିଁ
ମୁଁ ଦିନ ରାତି କାଟେ  ବିଲରେ ରହି
ମୁଁ ଦୁଃଖ କଷ୍ଟ ସହେ ସମାଜ ପାଇଁ ।।🖋

ବିଲଟିରେ ଫଳନ୍ତି ସଶ୍ୟ କୁ ଦେଖି
ନାନା ବାୟା ଗୀତ ଗାନ କରେ ହସି
ଦୁନିଆ କୁ ଆହାର ଦେଇ  ମୁଁ ଖୁସି
ଅର୍ଥର ଲୋଭ ମୋହରି ନାହିଁ ବେଶି ।।🖋

ଦୈବ ଦୁର୍ବିପାକ ବନ୍ୟା, ମରୁଡିରେ
ସୁନା ଫସଲ ସବୁ ଧୋଇ ଯାଏରେ
ମୁଁ ସାହୁକାର  ପାଶେ  ଋଣଆଣେରେ
ସ୍ତ୍ରୀ ର ଅଳଙ୍କାର ପ୍ରତିବଦଳରେ ।।🖋

ମୁଁ ମୋହର ପ୍ରାପ୍ୟ ଆଜି ବି ପାଏନି
କ୍ଷତି ପରେ କ୍ଷତି କୁ ଦୁଃଖ କରେନି
କ୍ଷେତ ବିଲକୁ ଜମା  ଭୂଲି ପାରେନି
ସମାଜେ ଖାଦ୍ୟାଭାବ ସହି ପାରେନି ।।🖋

ତେଣୁ ମୁଁ ଶପଥ ଆଜି ଠୁ କରିବି
ମୋ ପରିକା ଚାଷୀ ତିଆରି କରିବି
ସବୁଜ ଶ୍ୟାମଳ ପୃଥିବୀ ଗଢିବି
ମୁହିଁ ହସି ସମସ୍ତ ଙ୍କୁ ହସାଇବି ।।🖋
•••••••••••••••••••••••••••••••••
✍️ମହମ୍ମଦ ହନିଫ୍ ସାହା 🌻🌻
ନୂଆଗାଁ ,ଧାମନଗର ,ଭଦ୍ରକ
ମୋ:9776090824 / 8093406796

No comments: