କୃଷକ
-----------------------
ଅନେକ ଥର ଭାବିଛି
ବାସ ବହୁତ ହୋଇଗଲା
ଏଥରକ ଆଉ ଯିବିନି
ପଡୁପଛେ ପଡିଆ ସବୁ ଜମି।
କିଏ ଆଉ କେତେ ଖୋଜିବ ମୂଲିଆ
ସେମାନେ ଏବେ ଯେମିତି ହେଲେଣି
ଜଳଖିଆ ଦିଅ ପୁଣି ଚା ପାନ
ମଦ ପାଇଁ ଅଲଗା ମଜୁରୀ ଛାଡି ତ।
ଚାଷ ଅଛି ଯାହାର
କେତେ ଲୁହ ତାହାର
ନିଜ ଲୁହ ନିଜେ ପିଏ
ନିଜକୁ ଦିଏ ଦି ଚାରି ପାହାର।
&&&&&&&&&&&&&&_
ମାନସ ରଞ୍ଜନ ଦାଶ
କଣ୍ଟାସାହି, ଶିଶୁଆ, ସାଲେପୁର, କଟକ. 9337274031






No comments:
Post a Comment