"କୃଷକ"
କୃଷି ଯାହାର ଜୀବିକା ଚାଷ ତାହାର ଜୀବନ।
ହଳ ଲଙ୍ଗଳ ବଳଦ ସବୁ ଭୁଲାଇ ଦିଏ ମନ।
ମେଘ ଦିଏ ଭରଷା ଚାଷ ଜମି ଦିଏ ଆଶା।
ତଳି ରୋଇବାକୁ ଚାଷୀ ପାଏନାହିଁ ଭାଷା।
ବେଉଷଣ ବେଳେ ମନ ହୁଏ ଛନ ଛନ।
ଫସଲ ହୁଅଇ ଅମାପ ପାଇ ସୁନ୍ଦର ବିହନ।
ଶରତ ଋତୁରେ ଭରି ଯାଏ ସବୁ କ୍ଷେତ।
ସତେ ଯେପରି ଭୁ ସ୍ଵର୍ଗରେ ପାରିଜାତ।
କୃଷି ବିନା ବୃଥା ଏ ମନୁଷ୍ୟ ଜୀବନ।
ଫସଲ ଦେଖିଲେ ଅନନ୍ଦ ରେ ଭରି ଯାଏ ମନ।
ବିଲରେ ଜମି ଥାଏ ଠ।ଏ ଠ।ଏ ପାଣି।
ବେଙ୍ଗ ବେଙ୍ଗୁଲି ର ରାବ ସ୍ୱର୍ଗୀୟ ଭାବ ଦିଏ ଆଣି।
କୃଷକ ଜୀବନେ କେବେ ନ ଥାଏ ବିଶ୍ରାମ।
ଅନ୍ୟକୁ ଯୋଗାଏ ଶସ୍ଯ ଦେଇ ନିଜ ଶ୍ରମ।
ଜବାନ ଜଗିଛନ୍ତି ଅହରାତ୍ର ଦେଶର ସୀମାନ୍ତ।
କୃଷକ ର ଦେଶ ସେବା ରେ ନାହିଁ କେବେ ଅନ୍ତ।
ଆସିଛି ସମୟ ଏବେ କୃଷକ କୁ ଦେବା ଉଚିତ ସମ୍ମାନ।
ଜୟ କିଷାନ ସ୍ଲୋଗାନ ବଢ଼ାଇବ ଦେଶର ମା ନ।
ଦିପକ କୁମାର ଗୁପ୍ତ , କଟକ
No comments:
Post a Comment